ଭୁବନେଶ୍ବର: ଶୁକ୍ରବାର ହାଇଦ୍ରାବାଦରେ ଅନୁଷ୍ଠିତ ମେଗା ରୋଡ୍ ସୋ ‘ଓଡ଼ିଶା ନିବେଶକ ସମ୍ମିଳନୀ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାକୁ ଓଡ଼ିଶା ପ୍ରସ୍ତୁତ। ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମୂଲ୍ୟ ଓ ସୁବିଧା ପ୍ରଦାନକାରୀ ଶାସନ ଜରିଆରେ ଓଡ଼ିଶା ଏ କ୍ଷେତ୍ରରେ ଆଗକୁ ବଢ଼ୁଛି। ଅନ୍ୟ ସ୍ଥାନରେ ନିବେଶକମାନେ ଯାହା ବ୍ୟୟବହୁଳ ଓ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଦେଖୁଛନ୍ତି ତାହାକୁ ଓଡ଼ିଶାରେ ସହଜରେ ଓ ସୁବିଧାରେ ପାଇପାରିବେ। ରାଜ୍ୟରେ ଅଭିବୃଦ୍ଧି କାହାଣୀର ସହଯୋଗୀ ହେବା ଲାଗି ସେ ନିବେଶକଙ୍କୁ ଆମନ୍ତ୍ରଣ କରିଥିଲେ।
Horoscope 2025 December 20: ଜାଣନ୍ତୁ ଆଜିର ରାଶିଫଳ
ଏହି ନିବେଶକ ସମ୍ମିଳନୀରେ ୨୭,୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ୧୩ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏଥିସହିତ ୩୯,୧୩୧ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୋଟ୍ ଉପରେ କାର୍ଯ୍ୟକ୍ରମରେ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆସିଛି, ଯାହା କାର୍ଯ୍ୟକାରୀ ହେଲେ ୫୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତକାଲି ୩୮,୭୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିଥିଲା ଓ ୭ଟି ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା।
ଓଡ଼ିଶା ହେବ ଭାରତର ଅଭିବୃଦ୍ଧି ଇଞ୍ଜିନ: ମୁଖ୍ୟମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫାର୍ମାସ୍ୟୁଟିକାଲ୍, ଜୀବ ବିଜ୍ଞାନ, ଶକ୍ତି, ଧାତବ, ଅଟୋମୋବାଇଲ୍ ଓ ବିନିର୍ମାଣ କ୍ଷେତ୍ରକୁ ନେଇ ଆୟୋଜିତ ରାଉଣ୍ଡ୍ ଟେବୁଲ୍ କାର୍ଯ୍ୟକ୍ରମରେ ଭାଗ ନେଇ ନିବେଶକମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଓ ଶିଳ୍ପମନ୍ତ୍ରୀ ଉଭୟ ମିଳିତ ଭାବେ ନୋଭେଲ୍ଟେକ୍ ଫିଡ୍ସର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସନ୍ଦୀପ କାରଖାନିସ, ଥମ୍ପସନ କମ୍ପ୍ୟୁଟିଂ ଆଣ୍ଡ୍ ସେମିକଣ୍ଡକ୍ଟର୍ସର ସିଇଓ ଡକ୍ଟର ଶ୍ରୀନିବାସ, ବିଷ୍ଣୁ କେମିକାଲ୍ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସିଦ୍ଧାର୍ଥ ଚେରକୁରି, ଏବିଆଇ ସୋଆଟେକ୍ର ଭିପି ହୟାଗ୍ରିବନ ଟିଟି ଓ ନିର୍ଦ୍ଦେଶକ ଆଦିତ୍ୟ ରାମାନୁଜନଙ୍କୁ ଭେଟିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ନିବେଶକଙ୍କୁ ଓଡ଼ିଶା ମନସ୍କ ହେବାକୁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆ ଉପସ୍ଥିତ ଥିଲେ।
UAE Floods: ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି: ବୁଡ଼ିଲା ରାସ୍ତା, ବିମାନ ବାତିଲ, ଜଳବନ୍ଦୀ ଜୀବନ…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/20/fshhfshfsxvvbbv-2025-12-20-01-12-41.jpg)