ଦ୍ବିତୀୟ ପର୍ଯ୍ୟାୟରେ ୬୬% ମତଦାନ

ଇଭିଏମ୍‌ରେ ସିଲ୍ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ, ବିଭିନ୍ନ ସ୍ଥାନରେ ଇଭିଏମରେ ତ୍ରୁଟି, ଉତ୍ତେଜନା, ୬ଟି ବୁଥରେ ସାନି ମତଦାନ ପାଇଁ ସୁପାରିସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ, ବାଚସ୍ପତି ପ୍ରଦୀପ ଅମାତ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ସମେତ ୨୭୯ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଆଜି ଇଭିଏମରେ ସିଲ୍ ହୋଇଯାଇଛି। ଏମାନଙ୍କ ସମେତ ରାଜ୍ୟ ରାଜନୀତିର ପାଖାପାଖି ୪୦ ହେଭିେଵଟ ନେତାଙ୍କ ଭାଗ୍ୟ ଲେଖିଛନ୍ତି ଭ‌ୋଟର। ଏଥିସହିତ ୫ ଲୋକସଭା ଓ ୩୫ ବିଧାନସଭା କ୍ଷେତ୍ର ଅର୍ଥାତ୍ ଓଡ଼ିଶା ଭୋଟ୍‌ର ଦ୍ବିତୀୟ ଅଧ୍ୟାୟରେ ଆଜି ଯବନିକା ପଡ଼ିଛି । ଏହି ଭାଗ୍ୟ ପେଡ଼ି ଖୋଲିବ ମେ’ ୨୩ ତାରିଖରେ, ଯେଉଁ ଦିନ ମତଗଣନା ହେବ।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଆଜି ସୂଚନା ଦେଇ କହିଛନ୍ତି ଯେ କାଁ ଭା ଗଣ୍ଡଗୋଳ, ଇଭିଏମ ସମସ୍ୟାକୁ ବାଦ ଦେଲେ ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମତଦାନ ଜାରି ରହିଥିଲେ ହେଁ, ସିଇଓଙ୍କ ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬% େଭାଟର ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଛନ୍ତି। ଏହି ହାର ଆହୁରି ବଢିବ।

ଅନ୍ୟପକ୍ଷରେ ତ୍ରୁଟିପୂର୍ଣ୍ଣ ଭିଭିପାଟ୍ ସଂଯୋଗ ଯୋଗୁଁ ୬ଟି ବୁଥରେ ସାନି ମତଦାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାରତ ନିର୍ବାଚନ କମିସନଙ୍କୁ ସୁପାରିସ କରିଛନ୍ତି। ଏସବୁ ସ୍ଥାନରେ ପୋଲିଂ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ େହବ େବାଲି ସିଇଓ କହିଛନ୍ତି।

ଶ୍ରୀ କୁମାର ଆଜି ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ କହିଛନ୍ତି, ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପୋଲିଂ ବୁଥ୍ ନମ୍ବର ୧୨୯ରେ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ସମ୍ପୃକ୍ତ ବୁଥରେ ଲାଗିଥିବା ଭିଭିପାଟ ମେସିନରେ କିଛିଟା ତ୍ରୁଟି ପରିଲକ୍ଷିତ ହେବାରୁ ସେକ୍ଟର ଅଫିସରଙ୍କ ଜରିଆରେ ବୁଥରେ ନୂଆ ଭିଭିପାଟ୍ ମେସିନ ଲଗାଯାଇଥିଲା। କିନ୍ତୁ ପୋଲିଂ ଅଫିସର ଓ କର୍ମଚାରୀମାନେ ବ୍ୟାଲଟ୍ ୟୁନିଟ ସହିତ ଭିଭିପାଟ୍ ମେସିନକୁ ଠିକ୍ ଭାବେ ସଂଯୋଗ କରିପାରିନଥିଲେ। ଫଳରେ ମତଦାତା ଦେଇଥିବା ଭୋଟଟି ସଠିକ ପ୍ରାର୍ଥୀକୁ ମିଳୁନଥିଲା।

ଠିକ୍ ସେହି ସମାନ ତ୍ରୁଟି ସୁନ୍ଦରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ ନମ୍ବର ୨୧୩, କନ୍ଧମାଳ ଲୋକସଭା କ୍ଷେତ୍ରର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲିଂ ବୁଥ ନମ୍ବର ୨୧୦ ଓ ୨୨୨ରେ ପରିଲକ୍ଷିତ ହୋଇଥିଲା। ଫଳରେ ସେସବୁ ବୁଥରେ ପୋଲିଂକୁ ବନ୍ଦ କରାଯାଇଥିଲା। ସେହିପରି ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ ନମ୍ବର ୬୮ ଓ ଅତାବିରା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୨୩୫ରେ ତ୍ରୁଟିପୂର୍ଣ୍ଣ ଭିଭିପାଟ ସଂଯୋଗ ଯୋଗୁ ମତଦାନକୁ ବାତିଲ କରାଯାଇଛି।

‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ, ମାଓବାଦୀ େପାଲିଂ ପାର୍ଟିକୁ ଆକ୍ରମଣ କରିବା ସତ୍ତ୍ବେ କନ୍ଧମାଳରେ ମତଦାନ ଉପରେ ଏହାର ଆଦୌ ପ୍ରଭାବ ପଡିନାହିଁ। ମାଲକାନଗିରିରେ ମଧ୍ୟ େହାଇଥିବା ସାନି ମତଦାନ ପ୍ରକ୍ରିୟାରେ ୭୬ ପ୍ରତିଶତ େଭାଟର େଭାଟ ଗ୍ରହଣ ପ୍ରକ୍ରିୟାରେ ସାମିଲ େହାଇଛନ୍ତି। ଆସ୍କା ଅଞ୍ଚଳର େଭଟନଇ, ନିରାଳ, ମଣ୍ଟାପଡାରେ ଇଭିଏମ୍ ତ୍ରୁଟି କାରଣରୁ ଅଧ ଘଣ୍ଟା ଧରି ମତଦାନ ପ୍ରକ୍ରିୟା ବିଳମ୍ବିତ େହାଇଥିଲା। ରାଉରକେଲାର କିଛି େଭାଟ ଗ୍ରହଣ େକନ୍ଦ୍ରରେ ମଧ୍ୟ ଦୁଇ ଘଣ୍ଟା ବିଳମ୍ବରେ ମତଦାନ େହାଇଥିଲା। ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ମତଦାନ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ସାହସପୁର ୨୨୨, ୨୨୩ ନମ୍ବର ବୁଥ, ପୋଡ଼ାମାରୀର ୧୨୫ ନମ୍ବର ବୁଥ, ଜଗନ୍ନାଥପୁର ଉସ୍ତାରେ ୨୧୪ ନମ୍ବର ବୁଥରେ ଇଭିଏମରେ ତ୍ରୁଟି ଦେଖା ଦେଇଥିଲା। ଗୌତମୀର ୪୪, ୪୫, ୪୬ ନମ୍ବର ବୁଥର ଫାଟକ ଗୋଟିଏ କରାଯାଇଥିବାରୁ ଭୋଟର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସୋରଡ଼ା ନିର୍ବାଚନମଣ୍ଡଳୀ ବେଲଗୁଣ୍ଠା ବ୍ଲକ ଗୋବରା ପଞ୍ଚାୟତ ଡେଙ୍ଗାପଦର ୧୦୮ ନମ୍ବର ବୁଥରେ ଇଭିଏମ୍ ଦୁଇ ଥର ଖରାପ ହୋଇଥିଲା। ଫଳରେ ମତଦାନ ବିଳମ୍ବ ହୋଇଥିଲା। କବିସୂର୍ଯ୍ୟନଗର ବ୍ଲକ ବେଗୁନିଆପଡ଼ା ଫାଣ୍ଡି କୁମ୍ଭାରଗାଁରେ ଗତକାଲି ଗ୍ରାମବାସୀ ରାମାୟଣ ନାଟକକୁ ପୁଲିସ ସ୍କ୍ବାଡ୍ ବନ୍ଦ କରି ଦେଇଥିଲା। ଏହାର ପ୍ରତିବାଦ ଜଣାଇ ଗ୍ରାମର ୫୭୦ ଭୋଟର ଆଜି ଭୋଟ ବର୍ଜନ କରିଥିଲେ l ସୁମଣ୍ଡଳର ୧୬୭ ନମ୍ବର ବୁଥରେ ଇଭିଏମ୍ ଅଚଳ ହୋଇଯିବାରୁ ୨ ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା l ପରେ ନୂଆ ଇଭିଏମ୍ ଲଗାଯିବା ପରେ ମତଦାନ ସ୍ବାଭାବିକ ହୋଇଥିଲା। ବୌଦ୍ଧ, ବଲାଙ୍ଗୀର ଜିଲ୍ଲାରେ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଥିବା ଖବର ମିଳିଛି। ଏହି କାରଣରୁ ବିଭିନ୍ନ େଭାଟ ଗ୍ରହଣ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିପରି ସୋହେଲା ମୁଖ୍ୟଛକ ନିକଟରେ ଥିବା ବାଳିକା ୟୁଜିଏମଇ ସ୍କୁଲର ୨୦୦ ନମ୍ବର ବୁଥରେ ଭୋଟଗ୍ରହଣ କେନ୍ଦ୍ର ଭିତରେ ଭୋଟ ଦେବାକୁ ଲାଇନରେ ଥିବା ସତ୍ତ୍ବେ ନିର୍ଦ୍ଧାରିତ ୪ଟା ସମୟରେ ପ୍ରିଜାଇଡିଂ ଅଫିସର ଅପେକ୍ଷା କରିଥିବା ଭୋଟରମାନଙ୍କୁ ଚିରକୁଟ ନଦେଇ ଇଭିଏମ୍‌ ବନ୍ଦ କରିଥିଲେ। ଏଜେଣ୍ଟ ମାନଙ୍କ ବିରୋଧ ସତ୍ତ୍ବେ ମେସିନକୁ ବନ୍ଦ କରାଯାଇଥିବାରୁ ବହୁ ମତଦାତା ମତଦାନ କରିବାରୁ ବଂଚିତ ହୋଇଥିଲେ। ଏହାକୁ ନେଇ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଂଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ଉଲ୍ଲେଖଥାଉକି, ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲିଂ ଚାଲୁଥିବାବେଳେ ରେଣ୍ଟିରେ ଥିବା ବୁଥ୍ ନମ୍ବର ୧୮୨ ଭିତରକୁ ବିଜେପି ପ୍ରାର୍ଥୀ ନୀଳମଣି ବିଷୋୟୀ ବଳପୂର୍ବକ ପଶି ଇଭିଏମ କଣ୍ଟ୍ରୋଲ ୟୁନିଟକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କଠୁ ସବିଶେଷ ରିପୋର୍ଟ ମିଳିବା ପରେ ନିଷ୍ପତ୍ତି ନିଆଯିବ େବାଲି ସୁରେନ୍ଦ୍ର କୁମାର କହିଛନ୍ତି।

ସମ୍ବନ୍ଧିତ ଖବର