୬୭୩ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଲା

ଭୁବନେଶ୍ବର: ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୧୧୦କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୪୪୬ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୨୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୩୯, ଖୋର୍ଦ୍ଧା ଓ ଭଦ୍ରକରୁ ୫୮ ଲେଖାଏଁ , କନ୍ଧମାଳ ଜିଲ୍ଲାରୁ ୪୪, କୋରାପୁଟ ଜିଲ୍ଲାରୁ ୪୧, ଜଗତସିଂହପୁର ଜିଲ୍ଲାରୁ ୩୬, କଟକ ଜିଲ୍ଲାରୁ ୩୨ , ଯାଜପୁର ଜିଲ୍ଲାରୁ ୨୮, କେନ୍ଦୁଝର ଜିଲ୍ଲାରୁ ୨୪, ବରଗଡ଼ ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୧୫ , ଝାରସୁଗୁଡ଼ା ଜିଲ୍ଲାରୁ ୧୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୧, ଢେଙ୍କାନାଳ ଜିଲ୍ଲାରୁ ୧୦ ,ମାଲକାନଗିରି, ନୟାଗଡ଼, ପୁରୀ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୪ ଜଣ ଲେଖାଏଁ , ସମ୍ବଲପୁର ଜିଲ୍ଲାରୁ ୩, ମୟୂରଭଞ୍ଜ ଜିଲ୍ଲାରୁ ଜଣେ, ବାଲେଶ୍ବର ଜିଲ୍ଲାରୁ ୧୩, କେନ୍ଦ୍ରାପଡ଼ା ଓ ଅନୁଗୁଳରୁ ୪ ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୧୨,୪୫୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୫୩୩ ରହିଛି।

ସମ୍ବନ୍ଧିତ ଖବର