ନିୟମିତ ହେଲେ ୬୯୮ କନିଷ୍ଠ ଶିକ୍ଷକ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ୬୯୮ ଜଣ ଶିକ୍ଷକ ଆଜି କନିଷ୍ଠ ଶିକ୍ଷକ ମାନ୍ୟତା ପାଇଛନ୍ତି । ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରୁ ସେମାନେ ତାଙ୍କର କନିଷ୍ଠ ଶିକ୍ଷକ ଅନୁମତି ପତ୍ର ପାଇବା ପରେ ସେଠାରେ ଉପସ୍ଥିତ ଥିବା ଶିକ୍ଷକମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।

କେନ୍ଦୁଝର ଜିଲ୍ଲାର ୨୦୧୨ରୁ ୨୦୧୪ ବ୍ୟାଚ୍‌ର ମୋଟ୍ ୬୯୮ଜଣ କନିଷ୍ଠ ଶିକ୍ଷକ ସରକାରଙ୍କ ନିୟମାବଳୀକୁ ପୂରଣ କରି ନିୟମିତ ହୋଇଛନ୍ତି । ଜିଲ୍ଲାରୁ ମୋଟ ୮୫୧ଜଣ ନିୟମିତ ହେବାକୁ ଥିବାବେଳେ ରାଜ୍ୟ ବାହାର ଡିଗ୍ରିଧାରୀ କେତେକ ଶିକ୍ଷକଙ୍କର ସାର୍ଟିଫିକେଟ ଭେରିଫିକେସନ୍ ରିପୋର୍ଟ ପହଞ୍ଚି ପାରି ନଥିବାରୁ ୧୫୩ଜଣ ବିଏଡ୍ ଶିକ୍ଷକ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି । ସେମାନଙ୍କର ଭେରିଫିକେସନ୍ ରିପୋର୍ଟ ଆସିବା ପରେ ବାକି ସମସ୍ତ ଶିକ୍ଷକଙ୍କୁ ନିୟମିତ କରାଯିବ ବୋଲି ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଏହି ନିୟମିତ ଶିକ୍ଷକଙ୍କ ମଧ୍ୟରୁ ଆନନ୍ଦପୁର ବ୍ଳକରୁ ୩୮ଜଣ, ବାଂଶପାଳ ବ୍ଳକରୁ ୭୨ଜଣ, ଚମ୍ପୁଆ ବ୍ଳକରୁ ୫୨ଜଣ, ଘଟଗାଁ ବ୍ଳକରୁ ୨୧ଜଣ, ହରିଚନ୍ଦନପୁର ବ୍ଳକରୁ ୮୬ଜଣ, ହାଟଡିହି ବ୍ଳକରୁ ୫୨ଜଣ, ଝୁମ୍ପୁରା ବ୍ଳକରୁ ୪୦ଜଣ, ସଦର ବ୍ଳକରୁ ୪୩ଜଣ, ଘଷିପୁରା ବ୍ଳକରୁ ୩୩ଜଣ, ତେଲକୋଇ ବ୍ଳକରୁ ୫୦ଜଣ ଅଛନ୍ତି।

ସମ୍ବନ୍ଧିତ ଖବର