ମାଡ଼ ମାରିବା ସହ ଛୁରି ଦେଖାଇ ୬ଲକ୍ଷ ଲୁଟି ନେଲେ ୨ଦୁର୍ବୃତ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜଣେ ବ୍ୟବସାୟୀଙ୍କଠାରୁ ଦୁଇ ଜଣ ଦୁର୍ବୃତ୍ତ ୬ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସୂଚନାଯୋଗ୍ୟ, ସୋମବାର ମଧାହ୍ନ ପ୍ରାୟ ୩ଟା ସମୟରେ ମାଲକାନଗିରି ସଦର ମହକୁମାସ୍ଥିତ ଆଇଏମ ଏସଟି ଛକ ନିକଟରେ ଥିବା ଗୋପାଳ କ୍ରିଷ୍ଣା ହାର୍ଡୱେର ଦୋକାନରେ କାମ କରୁଥିବା ମ୍ୟାନେଜର ରବି ପ୍ରଧାନ ୬ଲକ୍ଷ ଟଙ୍କା ଧରି ବ୍ୟାଙ୍କ ଯାଉଥିଲେ।

ସ୍ଥାନୀୟ ପିଡବ୍ଲୁଡି ଅଫିସ ନିକଟରେ ଏକ ଆପାଚି ବାଇକରେ ୨ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ରବିଙ୍କୁ ଅଟକାଇ ଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହ ଛୁରି ଦେଖାଇ ତାଙ୍କ ଠାରୁ ୬ଲକ୍ଷ ଟଙ୍କା ନେଇ ପଳାଇଥିଲେ। ଏ ସଂକ୍ରାନ୍ତରେ ମାଲକାନଗିରି ଥାନାରେ ଅଭିଯୋଗ ହେବାପରେ ଆଇଆଇସି ରାମପ୍ରସାଦ ନାଗ ଘଟଣାର ତଦନ୍ତ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳିନାହିଁ। ତେବେ ପୁଲିସ ପିଡବ୍ଲୁଡି କାର୍ଯ୍ୟାଳୟ ସମ୍ମୁଖରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର