ବାଲିପାଟଣା : କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ସରାଟଶାସନ ଗ୍ରାମର ସଞ୍ଜୟ ବେହେରାଙ୍କ ଝିଅ ଶୁଭଲକ୍ଷ୍ମୀ ବେହେରା (୧୨) ଛାତରୁ ପଡି ଗୁରୁତର ହୋଇଛି। ତାର ଗୋଟିଏ ଗୋଡ଼ ଏବଂ ୨ଟି ହାତ ଭାଙ୍ଗି ଯାଇଛି। ତୁରନ୍ତ ତାକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ଭୁବନେଶ୍ବର ଏମ୍ସ ହସ୍ପିଟାଲକୁ ୧0୮ ଆମ୍ବୁଲାନ୍ସରେ ପଠାଇ ଦିଆଯାଇଛି।

Advertisment

ସୂଚନା ଅନୁସାରେ, ଚଣାହଟ୍ଟାସ୍ଥିତ ପିପୁଲସ୍ ହାଇସ୍କୁଲରେ ଶୁଭଲକ୍ଷ୍ମୀ ୬ଷ୍ଠ ଶ୍ରେଣୀରେ ପାଠ ପଢୁଛି। ସେ ଆଜି କୌଣସି କାରଣରୁ ସ୍କୁଲ ଯାଇ ନ ଥିଲା। ଘର ଛାତ ଉପରେ ପାଠପଢା ସାରି ଭାଇ ଭଉଣୀଙ୍କ ସାଙ୍ଗରେ ଖେଳୁଥିଲା। ସେହି ସମୟରେ ହଠାତ ଛାତ ଉପରୁ ତଳକୁ ଖସି ପଡ଼ିଥିଲା। ଅନ୍ୟ ପିଲାମାନେ ଚିତ୍କାର କରି ଘର ଲୋକଙ୍କୁ ଡାକ ପକାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ। ଛାତ୍ରୀଙ୍କ ଡାହାଣ ଗୋଡ଼ ପେଣ୍ଡା ଏବଂ ୨ ହାତ ହାଡ଼ ଭାଙ୍ଗି ଯାଇଥିବା ବେଳେ ମୁହଁରେ ଆଘାତ ଲାଗିଥିବା ପ୍ରାଥମିକ ଚିକିତ୍ସାରୁ ଜଣାପଡିଛି।