ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ନବରଙ୍ଗପୁରରେ ପହଞ୍ଚିଛନ୍ତି କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ କମିଟି। ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତିଙ୍କ ନେତୃତ୍ବରେ ଏହି କମିଟି ଆସି ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରୁଥିବା ଜଣାଯାଇଛି। ଏହାପରେ ସେମାନେ ଚିକିତ୍ସା କରିଥିବା ଡାକ୍ତର, କୁନ୍ଦେଇ ଥାନା, ନବରଙ୍ଗପୁର ଜିଲ୍ଲାପାଳ ଓ ଏସପିଙ୍କୁ ସାକ୍ଷାତ କରିବେ। ଶେଷରେ ଏହି କମିଟିର ସଦସ୍ୟମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ଜଣାଯାଇଛି। ଏହି ଲୋମହର୍ଷଣକାରୀ ଘଟଣାରେ କଂଗ୍ରେସ ପକ୍ଷରୁ ଆଗାମୀ କଣ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ।
/sambad/media/post_attachments/wp-content/uploads/2023/11/3d9b638f-ca85-4ad3-a518-873cc589f9af-1024x577.jpeg)
ଗତକାଲି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ। ସଭାପତି ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ ଯେ ଏହି ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷ ରହିବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି। ଅନ୍ୟ ସଭ୍ୟମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ବିଧାୟକ ଭୂଜବଳ ମାଝୀ, ଏଆଇସିସି ସଭ୍ୟା ମନିଷା ତ୍ରିପାଠୀ, ହାରାବତି ଗଣ୍ଡ, ଜିଲ୍ଲା ସଭାନେତ୍ରୀ ଗୀତାରାଣୀ ସମରଥ, ଲିପିକା ମାଝୀ, ଆଇନଜୀବୀ ରାମ ପ୍ରସାଦ ପାତ୍ର, ସନ୍ତୁଳା ଦୁରିଆ, ଶୁଭଲାନ ସାନ୍ତା ଓ ସନରାଜ ଗଣ୍ଡ। ଏମାନଙ୍କ ସହ ପଦ୍ମନ ବିଷୋୟୀ, ସୁରଜ ଲାଲ, ଦିବାକର ପୂଜାରୀ, ପ୍ରକାଶ ସାମନ୍ତରାୟ ଓ ନବ କିଶୋର ମନ୍ଦାର ବି ଯିବେ । ତେବେ ସେବାଶ୍ରମ ବିଦ୍ୟାଳୟରେ ଏତେ ବଡ ଘଟଣା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ରଙ୍କ ଭମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଭାପତି ଶ୍ରୀ ତ୍ରିପାଠୀ। ସେ କହିଛନ୍ତି ସେ ବର୍ତ୍ତମାନ ସୁଦ୍ଧା ସ୍କୁଲ କୁ ଯାଇ ନାହାନ୍ତି କି ପୀଡ଼ିତାଙ୍କ ପରିବାର ନିକଟରେ ପହଞ୍ଚି ନାହାନ୍ତି। କେବଳ ଏତିକି ନୁହେଁ ଗତ ବର୍ଷେ ମଧ୍ୟରେ ହାଟଭରାଣ୍ଡି ସେବାଶ୍ରମ ବିଦ୍ୟାଳୟରେ ଜଣେ , ମେଦନା ବିଦ୍ୟାଳୟରେ ଜଣେ , ବଡଗୁମୁଡା ବିଦ୍ୟାଳୟରେ ଜଣେ ଲେଖାଏଁ ଛାତ୍ରର ମୃତ୍ୟୁ ଘଟିଛି। ଏହା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଅପରାଗତା ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2023/11/b02283af-5087-4847-b4d3-6e32598db090.jpeg)
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଏକ ସେବାଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ୧୬୧ରେ ବୟାନ ରେକର୍ଡ କରାଯାଇଥିଲା। ପୀଡ଼ିତାଙ୍କ ମାନସିକ ଅବସ୍ଥା ସ୍ଥିର ହେବା ପରେ ୧୬୪ରେ ବୟାନ ରେକର୍ଡ କରାଯିବ ବୋଲି ଜଣାପଡ଼ିଛି। ଦୁଇ ଦୁଷ୍କର୍ମ ଅଭିଯୁକ୍ତ ତଥା ସେବାଶ୍ରମର ପ୍ରଧାନଶିକ୍ଷକ ସୁଚେନ୍ଦ୍ର ବିଶ୍ବାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ ଗତକାଲି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିଲା। ଦୁଇ ଅଭିଯୁକ୍ତଙ୍କୁ ୧୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୁଲିସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/aed90f8e-1b58-4f3b-832b-d738d1dbed0e.jpeg)