ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ପୂର୍ବାହ୍ନ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱରରେ ୭.୭୭ ପ୍ରତିଶତ ମତଦାନ ହୋଇଥିବାବେଳେ, ଭଦ୍ରକରେ ୭.୭୯ ପ୍ରତିଶତ ମତଦାନ ହୋଇଛି।
ସେହିପରି ମୟୂରଭଞ୍ଜରେ ୭.୧୦ ପ୍ରତିଶତ ଏବଂ ପୁରୀରେ ୮.୯୦ ପ୍ରତିଶତ ମତଦାନ ହେଇଛି । ଏହା ସହିତ କଟକରେ ୬.୭୯ ପ୍ରତିଶତ, ଜଗତସିଂପୁରରେ ୮.୨୩ ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୯୦ ପ୍ରତିଶତ ମତଦାନ ହୋଇଛି।
ଓଡିଶା ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ 9.00 am ସୁଦ୍ଧା ରାଜ୍ୟରେ ମତଦାନର ହାର 7.69% ରହିଛି l@ECISVEEP@dd_odia@IPR_Odisha@PIBBhubaneswar pic.twitter.com/S0BueXzBda
— CEO Odisha (@OdishaCeo) June 1, 2024