ରାୟଗଡ଼ା: ଗୁଣୁପୁର ସହରର ଆଶା ସ୍ବେଚ୍ଛାସେବୀ ଅନୁଷ୍ଠାନର ନିର୍ଦେଶକ ଗୌରୀ ପ୍ରସାଦ ମିଶ୍ର ହତ୍ୟାକାଣ୍ଡ ସହିତ ଜଡ଼ିତ ୯ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆର.କ୍ରିଷ୍ଣା, ଏ ଗୋବିନ୍ଦା,  ଭେଙ୍କେଟ ରାଓ, ଆକାଶ କୁମାର ବଡାପୁ, ଚାଣ୍ଟି ଅରଫ କେ.ଅରୁଣ କୁମାର, ବିନୋଦ ବାଉରୀ ଏବଂ ମୁନ୍ନା ପିଡିକା।
Advertisment
ଗତ ମେ’ ମାସ ୧୩ ତାରିଖ ଦିନ ଗୌରୀ ମିଶ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ଅନୁଯାୟୀ ଗୌରୀ ପ୍ରସାଦ ମିଶ୍ର ଏବଂ ଆର.ଗୋପୀ ଦୁଇ ବନ୍ଧୁ ଥିଲେ। ୨୦୦୯ ମସିହାରେ ଦୁହିଁଙ୍କ ରାଜିନାମାରେ ଗୁଣୁପୁର ସହରର ମୁଖ୍ୟ ଛକରେ ୨.୮୮ ଏକର ଜମି ଖରିଦ କରିଥିଲେ। ଏହି ଜମିକୁ ସେମାନେ ବଲାଙ୍ଗୀର ଜିଲ୍ଲାର ଭି.ପୋଲା ନାଇଡୁ ଏବଂ ଭି.ସନ୍ୟାସୀଙ୍କ ଠାରୁ ୧୫ ଲକ୍ଷ ଟଂକାରେ ଖରିଦ କରିଥିଲେ। ଜମି ମାଲିକଙ୍କ ଠାରୁ ଗୌରୀ ପାୱାର ଅଫ୍‌ ଅଟର୍ଣ୍ଣି ନେଇ ଗୋପୀକୁ ୨.୫୦ ଏକର ଜମି ବିକ୍ରି କରିଥିଲା।
ତେବେ ବଳକା .୩୮ ସେଣ୍ଟ ଜାଗାକୁ ଗୌରୀ ନିଜ ନାମରେ କରିଥିଲେ।
publive-image
ତେବେ ଏହି ଜମିକୁ ଖରିଦ କରିବା ପାଇଁ ଗୋପୀ ଏବଂ ତାଂକ ଫାଇ ଜଗନ୍ନାଥ ଟଂକା ଦେଇଥିଲେ। ଜମି କିଣିବା ବେଳେ ଗୌରୀ ବିଭିନ୍ନ ସମୟରେ ଜଗନ୍ନାଥଙ୍କୁ କିସ୍ତି ଆକାରରେ ୫ ଲକ୍ଷ ଟଂକା ଦେଇଥିଲେ। ତେଣୁ ଗୌରୀ ଜଗନ୍ନାଥଙ୍କୁ ତାଂକ ନାମରେ ବଳକା ଜମିକୁ କରିବାକୁ ବାଧ୍ୟ କରୁଥିଲେ। ଏହି ଘଟଣାକୁ ନେଇ ଗଣ୍ଡଗୋଳ ଚାଲିଥିଲା। ଜଗନ୍ନାଥଙ୍କ ପୁଅ ଆର.କ୍ରିଷ୍ଣା ତାର ଶଳା ଗୋବିନ୍ଦ ଅରଫ ଜିକେ, ସାଂଗ ଆକାଶ କୁମାର ବାଡାପୁ ଏବଂ ମାମୁଁ ଡି.ଭେଙ୍କେଟ ରାଓଙ୍କ ସହ ମିଶି ଗୌରୀଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ସେମାନେ ଗୁଣୁପୁରର କଣ୍ଟାକ୍ଟ କିଲର ଭି.ରାଜେଶ ଅରଫ ରାଜା ସହ ସାକ୍ଷାତ କରି ହତ୍ୟାର ଯୋଜନା କରି ୩୦ ଲକ୍ଷ ଟଂକାର ଡିଲ ହୋଇଥିଲା। ମେ ୩ ତାରିଖରେ କ୍ରିଷ୍ଣା ରାଜାକୁ ୧ ଲକ୍ଷ ଟଂକା ଅଗ୍ରୀମ ଆକାରରେ ଦେଇଥିଲା। ପରେ ପୁଣି ୧ ଲକ୍ଷ ୯୦ ହଜାର ଟଂକା କିସ୍ତି ଆକାରରେ ରାଜାକୁ ଟଂକା ଦେଇଥିଲେ। ମେ ୧୩ ତାରିଖରେ ଗୌରୀ ନିଜ ସାଂଗ ମାନଙ୍କ ସହ ବଂଶଧାରା ବ୍ରିଜରେ ବସିଥିବା ବେଳେ ରାଜା ନିଜର ଦୁଇ ବନ୍ଧୁଙ୍କ ସହ ଏଭେଞ୍ଜର ମଟର ସାଇକେଲରେ ଆସି ଗୌରୀଙ୍କୁ ଗୁଳି କରିଥିଲା। ଘଟଣାସ୍ଥଳରେ ହିଁ ଗୌରୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗୁଣୁପୁର ଥାନାରେ ସତ୍ୟ ପ୍ରକାଶ ଶତପଥୀ ଏକ କେଶ ରୁଜୁ କରିଥିଲେ।