ନୂଆପଡ଼ା: ଖଡ଼ିଆଳ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ବନ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରି ବନ୍ୟଜନ୍ତୁ ସାମଗ୍ରୀ ଚାଲାଣ ପାଇଁ ରଖାଯାଇଥିବା ୨ଟି ବାଘଛାଲକୁ ଜବତ କରିଛନ୍ତି। ଦୁଇଟି ସ୍ଥାନରେ ଚଢ଼ଉ କରି ୨ ଗୋଟି ବାଘଛାଲ ଓ ୬ଗୋଟି ମୋବାଇଲ ଫୋନ ଜବତ କରିବା ସହିତ ୭ ଜଣ ବେଆଇନ ବାଘଛାଲ ବ୍ୟବସାୟୀଙ୍କୁ ଗିରଫ କରିବାରେ ସଫଳ ହୋଇଛି।
/sambad/media/post_attachments/wp-content/uploads/2024/01/b692b02a-6774-46d0-883e-c146c8548354.jpeg)
ବାଘଛାଲ କାରବାର ନେଇ ବନ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ବନ ବିଭାଗର କର୍ମଚାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଘଟଣାସ୍ଥଳରୁ ୭ ଜଣ ଅଭିଯୁକ୍ତଙ୍କୁ ବେଆଇନ ବାଘଛାଲ ବ୍ୟବସାୟ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖଡ଼ିଆଳ ବନବିଭାଗ ମହମ୍ମଦ ମୁସ୍ତାଫା ସାଲିହା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଖଡ଼ିଆଳ ଓ ବରପଦର ଛକ ଅଞ୍ଚଳରୁ ଗିରଫ କରାଯାଇଛି। ଏନେଇ ଆଜି ଖଡ଼ିଆଳ ବନ ବିଭାଗ ୩୮୯ ଏବଂ ୩୯୦ ଦୁଇଗୋଟି ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/254f3655-78e3-4fe6-a891-c79746ef9978.jpeg)