କୋରାପୁଟ: ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ମାମଲାରେ ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ଟାଉନ୍ ଥାନା ପୁଲିସ ଗିରଫ କରିଛି। ଲୁଟପାଟ୍ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ମୁତାବକ, କୋରାପୁଟ ଜାତୀୟ ରାଜପଥ ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ହାତ ଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ମନ୍ଦିର ପଛରେ ନିଜ ବାସଭବନରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିବାବେଳେ ଘରର ଆସବାବପତ୍ର ଏଣେତେଣେ ପଡ଼ିଥିବାବେଳେ ହାତ ଗୋଡ଼ ବନ୍ଧା ହୋଇଥିବାର ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ କୋରାପୁଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/7-Arrested-For-Killing-Priest-of-Temple_Thumbnail.jpg)