ନୂଆପଡା: ପୁଲିସ ପେଟ୍ରୋଲିଂ ସମୟରେ ଚଢଉ କରି ୭ ଜଣ ଜୁଆଡିଙ୍କ ସମେତ ୧୪୬୨୦ ଟଙ୍କା, ୨ ଟି ବାଇକ, ୨ ଟି ମୋବାଇଲ, ସହ ୧୪୮ଟି ଦେଶୀ ମଦ ପାଉଚ ଜବତ କରିଛି। ନୂଆପଡ଼ା ସଦର ଥାନା ଆଇଆଇସି ଆଦିତ୍ୟ ମହାକୁଡ ଙ୍କ ନେତୃତ୍ବରେ ଏକ ପେଟ୍ରୋଲିଂ ଟିମ ସ୍ଥାନୀୟ ଏଲ ଆଇ ସି ଅଫିସ ପଛପଟେ ଥିବା ପୋଖରି ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଜୁଆ ଖେଳ ଚାଲିଥିବାର ସୂଚନା ପାଇ ଅତର୍କିତ ଚଢ଼ାଉ କରିଥିଲା।
ଚଢ଼ାଉବେଳେ ଜୁଆ ଖେଳରେ ଲିପ୍ତ ଥିବା ଜୁଆଡିମାନେ ପୁଲିସକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାର ଧମକ ଦେଇଥିଲେ ଓ ଖସିଯିବାକୁ ଉଦ୍ୟମ କରିଥିଲେ। ଶେଷରେ ପୁଲିସ ଟିମ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ୭ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ପ୍ୟାକେଟ ତାସ, ୨ ଟି ମୋବାଇଲ, ୧୪୬୨୦ ଟଙ୍କା, ୧୪୮ଟି ଦେଶୀ ମଦ ପାଉଚ ଓ ୨ ଟି ବାଇକ ପୁଲିସ ଜବତ କରିଥିଲା।
/sambad/media/post_attachments/wp-content/uploads/2020/04/c9c6f822-2562-4171-a349-5f9da8f4f90c-1024x768.jpg)
ଗିରଫ ହୋଇଥିବା ଜୁଆଡିମାନେ ହେଲେ ସଦର ବ୍ଲକ ଅନ୍ତର୍ଗତ ପଗାରପାଣି ଗ୍ରାମର ଅଶୋକ ରାଉତ (୨୭), ସହିସପଡାର ଭବାନି ଶଙ୍କର ନାଏକ (୩୫), ତେଲିପଡାର କେଶବ କୁମାର ସାହୁ (୨୭), ନୂଆପଡା ଶିବଶକ୍ତି ନଗରର ଅଭିନାଶ ନାଏକ (୨୭), ପି ଡବ୍ଲୁ ଡି କଲୋନିର ଆକାସ ପଟେଲ (୨୮), ରେଭ୍ୟୁନୁ କଲୋନିର ବିଜୟ କୁମାର ପୋଢ (୨୯) ଓ ଗଉଡପଡାର ମୋହନ ଗଉଡ (୨୪) ପୁଲିସ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଶ୍ରୀ ମହାକୁଡ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/c9c6f822-2562-4171-a349-5f9da8f4f90c-1.jpg)