ଢାବାରେ ବାଘଛାଲ ଡିଲ୍‌ ବେଳେ ଚଢ଼ଉ; ୭ ଗିରଫ

Advertisment

ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳର ଏକ ଢାବାରେ ରବିବାର କଲରାପତରିଆ ଛାଲ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ ଟିମ୍ ଚଢ଼ଉ କରିଥିଲା। ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା...

ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳର ଏକ ଢାବାରେ ରବିବାର କଲରାପତରିଆ ଛାଲ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ ଟିମ୍ ଚଢ଼ଉ କରିଥିଲା। ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା...

cvffgfg

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳର ଏକ ଢାବାରେ ରବିବାର କଲରାପତରିଆ ଛାଲ ଡିଲ୍‌ ଚାଲିଥିବା ବେଳେ ବନ ବିଭାଗ ଟିମ୍ ଚଢ଼ଉ କରିଥିଲା। ଏଥିରେ ସଂପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଥିବା ବେ‌ଳେ ସେମାନଙ୍କ ନିକଟରୁ ବାଘଛାଲ ସହ ୨ଟି ବାଇକ୍‌ ଓ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ଯୋଧପୁର ଜିଲ୍ଲା ଲମ୍ବା ଗ୍ରାମର ଅଶୋକ ବିଷ୍ଣୋଇ (୨୦), ରାଜସ୍ଥାନ କପର୍ଦା ଥାନାଞ୍ଚଳର ଅଜୟପାଲ ବିଷ୍ଣୋଇ (୨୧), ବାରକୋଟ ଥାନାଞ୍ଚଳ ରାଜମୁଣ୍ଡା ଗ୍ରାମର ମନସିଂ ବରୀ (୬୪), ଝରବାହାଳ ଗ୍ରାମର ରମେଶ ଚନ୍ଦ୍ର ନାଏକ (୪୨), ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା (୪୦), ଠିଆନାଳ ଗ୍ରାମର କର୍ମୁ ନାଏକ (୬୧) ଓ ସାନବାଗଦରି ଗ୍ରାମର ବୀରବର ନାହକ (୫୨)।  ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାରକୋଟ ଥାନାଞ୍ଚଳର ରାଜମୁଣ୍ଡା ଗ୍ରାମରେ ଥିବା ରାଜଧାନୀ ଢାବାରେ ଉକ୍ତ ବାଘଛାଲ ଡିଲ୍‌ ଚାଲୁଥିବା ନେଇ ବନବିଭାଗ କର୍ମଚାରୀମାନେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲେ। ଏହି କାରବାରରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥିବା ବେଳେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହି ବାଘକୁ କେଉଁଠି ଶିକାର କରାଯାଇଛି, ସେ ନେଇ ବନ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe