ସାତବାଟିଆ କାଜୁ ଜଙ୍ଗଲରେ ୭ ଭାଲୁ

ସାତବାଟିଆ କାଜୁ ଜଙ୍ଗଲରେ ୭ ଭାଲୁ

ଦାନଗଦୀ: ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତ ସାତବାଟିଆ ଗାଁ ପାଖ କାଜୁ ବଗିଚାରେ ଆଜି ସନ୍ଧ୍ୟାରେ ଛୋଟବଡ଼ ମିଶି ୭ ଟି ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି। କିଛି ଲୋକ ଭାଲୁପଲକୁ ଦେଖିବା ପରେ ଗାଁରେ ସନ୍ଧ୍ୟା ପରେ ତାଟିକବାଟ ପଡ଼ିଯାଇଛି। ଭାଲୁପଲ ନିକଟସ୍ଥ ପାହାଡ଼ରୁ କାଜୁଫଳ ଖାଇବା ପାଇଁ କିଛି ଦିନ ହେବ ସନ୍ଧ୍ୟା ସମୟରେ  ଆସୁଛନ୍ତି ଏବଂ ଭୋର ସମୟରେ ଜଙ୍ଗଲକୁ ଫେରି ଯାଉଛନ୍ତି ବୋଲି ଗାଁ ଲୋକମାନେ କହିଛନ୍ତି।

ଆଜି ୭ ଟି ଭାଲୁକୁ ଦେଖିବା ପରେ ଗାଁ ଲୋକେ ଭୟଭୀତ ହୋଇ କାଜୁ ବାଡ଼ିରୁ ଦୌଡ଼ି ବାହାରକୁ ପଳାଇ ଆସିଥିଲେ। ପରେ ରାତି ୯ ଟାରେ ପୁନର୍ବାର କାଜୁ ବାଡିକୁ ବୁଲି ଯିବାରୁ ସେଠାରେ ଥିବା ଏକ ଫୁଡ୍ ଷ୍ଟକ୍ ରୁମ୍ ଭିତରେ ଗୋଟିଏ ବଡ଼ ଭାଲୁ ଶୋଇଥିବାର ଦେଖିବାକୁ ପାଇଥିଲେ। ଅନ୍ୟ ଭାଲୁ ସବୁ କାଜୁ ବାଡ଼ିରେ କାଜୁ ଖାଉଥିବା ଦେଖି ଭୟଭୀତ ହୋଇ ଲୋକେ ପଳାଇଯାଇଥିଲେ। ତୁରନ୍ତ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe