କୋରାପୁଟ: କୋରାପୁଟ ଜିଲ୍ଲାର ପାଡ଼ୁଆ ଷ୍ଟେସନର ଭେଜା ଗାଁ ନିକଟରେ ଏକ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିବାର ଖବର ମିଳିଛି। ଏହାଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଏହି ମାଲବାହୀ ଟ୍ରେନଟି କିରଣଡୁଲରୁ ବିଶାଖାପାଟଣାକୁ ଯାଉଥିବାର ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ରାତି ପ୍ରାୟ ୩ଟା ବେଳେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିଲା। ଖବର ପାଇ ପାଡ଼ୁଆ ଷ୍ଟେସନ ମାଷ୍ଟର ଓ ତାଙ୍କର ଅନ୍ୟ କେତେକ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ଏଯାଏ କାମ ଜାରି ରହିଛି। ଏହାଫଳରେ କୋରାପୁଟ-ବିଶାଖାପାଟଣା ମଧ୍ୟରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ଖାଲି ସେତିକି ନୁହେଁ, ଏହି ବାଟ ଦେଇ ଯାତାୟତ କରୁଥିବା ବିଶାଖାପାଟଣା-କିରଣଡୁଲ ଏକ୍ସପ୍ରେସ୍ ଟ୍ରେନକୁ ବାତିଲ କରିଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ସଦ.jpg)