ମାଥିଲି : ମାଥିଲି ବ୍ଲକ ଅନ୍ତର୍ଗତ କୋପ୍ରା ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଝାଡାବାନ୍ତିରେ ୭ ଆକ୍ରାନ୍ତ , ୪ ଗୁରୁତର ହୋଇଛନ୍ତି।
ସେମାନଙ୍କୁ ଚିକିତ୍ସା ଲାଗି ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ମଧ୍ୟରାତ୍ରିରେ ଗାଁରୁ ଗୁରୁତରଙ୍କୁ ଗ୍ରାମବାସୀମାନେ ମାଥିଲି ଆଣିଥିଲେ।
ଝାଡାବାନ୍ତିର କାରଣ ଅସ୍ପଷ୍ଟ ରହିଛି। ଗାଁରେ ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି।