ବଦଳିଲେ ୭ ସିଡିଏମ୍‌ଓ, ୧୩ଙ୍କୁ ପଦୋନ୍ନତି

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୧୩ଜଣ ଡାକ୍ତରଙ୍କୁ ପଦୋନ୍ନତି ଦିଆଯାଇଛି। ଏହି ଡାକ୍ତରମାନେ ପୂର୍ବରୁ ଅତିରିକ୍ତ ନିର୍ଦେଶକ ଲେଭଲ-୨ରେ ଥିବା ବେଳେ ସେମାନଙ୍କୁ ଅତିରିକ୍ତ ନିର୍ଦେଶକ ଲେଭଲ-୧କୁ ପଦୋନ୍ନତି ଦିଆଯାଇଛି। ଏହାସହ ୭ ଜିଲ୍ଲାର ସିଡିଏମ୍‌ଓଙ୍କ ବଦଳି ହୋଇଥିବା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ବିଭିନ୍ନ ଜିଲ୍ଲାର ସିଡିଏମଓ ଦାୟିତ୍ବରେ ଥିବା ୭ଜଣ ଡାକ୍ତରଙ୍କର ମଧ୍ୟ ବଦଳି ହୋଇଛି। ଜଗତସିଂହପୁର ସିଡିଏମ୍‌ଓ ଥିବା ଡା. ଅଜୟ କୁମାର ବୈଠାରୁଙ୍କୁ ସିଡିଏମ୍‌ଓ ମାଲକାନାଗିରି, ଝାରସୁଗୁଡ଼ା ସିଡିଏମ୍‌ଓ ଥିବା ଡା. କୌଶଲ୍ୟା ପ୍ରଧାନଙ୍କୁ ଆରଜିଏଚ୍ ରାଉରକେଲାର ବିଶେଷଜ୍ଞ ଡ୍ୟୁଟି ଦିଆଯାଇଛି। ଦେବଗଡ଼ ସିଡିଏମ୍‌ଓ ଥିବା ଡା. ଜଗଦୀଶ ଚନ୍ଦ୍ର ବାରିକଙ୍କୁ ଝାରସୁଗୁଡ଼ା ସିଡିଏମ୍‌ଓ, ପୁରୀ ସିଡିଏମ୍‌ଓ ଥିବା ଡା. ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ଅନୁଗୁଳ ସିଡିଏମ୍‌ଓ, ଯାଜପୁର ସିଡିଏମ୍‌ଓ ଡା. ରମେଶ ପ୍ରକାଶ ଶତପଥୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମାନସିକ ରୋଗ ବିଶେଷଜ୍ଞ ଦାୟିତ୍ବ, ନବରଙ୍ଗପୁର ସିଡିଏମ୍‌ଓ ଥିବା ଡା. ସତ୍ୟବ୍ରତ ଛୋଟରାୟଙ୍କୁ କଟକ ସିଡିଏମ୍‌ଓ ଓ ବଲାଙ୍ଗୀର ସିଡିଏମ୍‌ଓ ଥିବା ଡା. ସଂଯୁକ୍ତା ସାହୁଙ୍କୁ ସ୍ବାସ୍ଥ୍ୟସେବା ନିର୍ଦେଶାଳୟରେ ଦାୟିତ୍ବ ଦିଆଯାଇଛି। ଏହି ସମସ୍ତଙ୍କୁ ମିଶାଇ ସମୁଦାୟ ୧୪ଜଣ ଡାକ୍ତରଙ୍କ ବଦଳି ହୋଇଛି।

ସେହିପରି ଡା. ମନୋଜ କୁମାର ଉପାଧ୍ୟୟଙ୍କୁ ଦେବଗଡ଼ ସିଡିଏମ୍‌ଓ, ଜଗନ୍ନାଥ ପହି ଭଦ୍ରକ ସିଡିଏମ୍‌ଓ, ଡା. ଅଶୋକ କୁମାର ଦାଶ କେନ୍ଦୁଝର ସିଡିଏମ୍‌ଓ, ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ବାଲେଶ୍ବର ସିଡିଏମ୍‌ଓ, ଡା. ଦିଲ୍ଲୀପ କୁମାର ପଣ୍ଡାଙ୍କୁ ସୋନପୁର ସିଡିଏମ୍‌ଓ, ଡା. ବିଜୟ ପଣ୍ଡା ଜଗତସିଂହପୁର ସିଡିଏମ୍‌ଓ, ଡା. ପୁଷ୍ପାନ୍ସୁ ସାହୁ ବରଗଡ଼ ସିଡିଏମ୍‌ଓ ଏବଂ ଡା. ଅରୁଣ କୁମାର ପାତ୍ରଙ୍କୁ ଯାଜପୁର ସିଡିଏମ୍‌ଓ ଭାବେ ନିଯୁକ୍ତ କରାଯାଇଛି। ଏମାନଙ୍କୁ ମିଶାଇ ସମୁଦାୟ ୧୩ଜଣଙ୍କୁ ପଦୋନ୍ନତି ପରେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧିତ ଖବର