ପୁରୀ ଗଣଦୁଷ୍କର୍ମ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେବ ପୁଲିସ

ପୁରୀ: ପୁରୀ ପୁଲିସ କ୍ୱାର୍ଟସ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା। ଦୁଇ ଅଭିଯୁକ୍ତ ବହିଷ୍କୃତ ପୁଲିସ କର୍ମଚାରୀ ଜିତେନ୍ଦ୍ର ସେଠୀ ଓ ରାଜେଶ ସେଠୀଙ୍କୁ ପୁଲିସ ୭ଦିନିଆ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ପୁଲିସ ପୀଡିତାଙ୍କ ବୟାନ ରେକର୍ଡ କରିବା ସହିତ ଡାକ୍ତରୀମାଇନା ବି କରାଯାଇଛି।

ଏଥିସହିତ ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିମାପଡ଼ା ବସ୍‌ଷ୍ଟାଣ୍ଡରୁ ଯେଉଁ କାରରେ ନେଇ ଯାଇଥିଲେ ସେହି କାରକୁ ପୁଲିସ ଖୋଜିବାରେ ଲାଗିଛି। ତେବେ ଏହି ଦୁଷ୍କର୍ମଘଟଣାରେ ସମ୍ପୃକ୍ତ ଥିବା ୨ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁରୀ ଏସ୍‌ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ତେବେ ଏହି ଘଟଣାରେ ଗିରଫ ହୋଇଥିବା ଜିତେନ୍ଦ୍ର ସେଠୀକୁ ପୂର୍ବରୁ ବରିଷ୍ଠ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ଓ ନିଶା ସେବନ କରି ଡିୟୁଟିକୁ ଆସିବା ଅଭିଯୋଗରେ ବର୍ଷେ ତଳୁ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିଲା।

ପୀଡିତାଙ୍କ କହିବାନୁସାରେ, ୪ ଜଣ ଦୁର୍ବୃତ୍ତ ଲିଫ୍‌ଟ ଦେବା ବାହାନାରେ ତାଙ୍କୁ କାକଟପୁରରେ ଛାଡ଼ି ଦେବାକୁ କହି ନିମାପଡ଼ା ବସଷ୍ଟାଣ୍ଡରୁ ଏକ କାରରେ ଉଠାଇ ନେଇଥିଲେ। ଏହି ୪ ଜଣ ଦୁର୍ବୃତ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର