୫ ଜିଲ୍ଲାରେ ୭ ଦିନ ପାଇଁ ରିଲିଫ୍‌

ଭୁବନେଶ୍ବର: ବନ୍ୟା ପ୍ରଭାବିତ କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ୭ ଦିନର ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବନ୍ୟା ପ୍ରଭାବିତ ଏସବୁ ଜିଲ୍ଲାରେ ରନ୍ଧାଖାଦ୍ୟ ସହ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ। ବୟସ୍କଙ୍କ ପାଇଁ ଦୈନିକ ୬୦ ଟଙ୍କା ହିସାବରେ ଅର୍ଥ ପ୍ରଦାନ କରାଯିବା ସହ ପିଲାଙ୍କ ପାଇଁ ଦୈନିକ ୪୫ ଟଙ୍କା ହିସାବରେ ଅର୍ଥ ପ୍ରଦାନ କରିବାକୁ ସମ୍ପୃକ୍ତି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ଟଙ୍କା କ୍ଷତିଗ୍ରସ୍ତ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର