ପାଣିରେ ବୁଡ଼ି ୭ ମୃତ

ସାଇକଲ୍‌ ଧୋଇ ଗାଧୋଇଲେ, ଆଉ ଫେରିଲେନି

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଚିରମା ଗାଁରେ ଆଜି ସକାଳେ ଅଭାବନୀୟ ଘଟଣା ଘଟିଛି। ପରିତ୍ୟକ୍ତ ଜଳାଶୟରେ ବୁଡ଼ିଯାଇ ୨ ଛାତ୍ର ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜରେ ଭର୍ତି କରାଯାଇଛି। ମୃତ ଦୁଇ ଛାତ୍ର ଏବଂ ଗୁରୁତର ସଂପର୍କୀୟ ଭାଇ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଚିରମା ଗାଁର ୩ ସଂପର୍କୀୟ ଭାଇ ତଥା ନବମ ଶ୍ରେଣୀ ଛାତ୍ର ତୁଷାର ବିଷୋୟୀ, ତୃତୀୟ ଶ୍ରେଣୀ ଛାତ୍ର ନିତେଶ ବିଷୋୟୀ ଏବଂ ୫ମ ଶ୍ରେଣୀ ଛାତ୍ର ଶିବା ବିଷୋୟୀ ସାଇକଲ ଧୋଇବା ସହ ଗାଧୋଇବାକୁ ଘରୁ ବାହାରିଥିଲେ। ଗାଁ ଠାରୁ ଅଳ୍ପ ଦୂରରେ ଥିବା ଗୋଟିଏ ମୋରମ ଖାଦାନର ଗାତରେ ବର୍ଷା ପାଣି ଜମି ରହିଥିବାରୁ ସେଠାରେ ପ୍ରଥମେ ସାଇକଲ ଧୋଇଥିଲେ। ଏହାପରେ ଗାଧୋଇବାକୁ ପାଣିରେ ପଶି ଆଉ ବାହାରି ପାରିନଥିଲେ। ଗ୍ରାମବାସୀ ଉଦ୍ଧାର କରି ୩ ଜଣଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତୁଷାର ଏବଂ ନିତେଶଙ୍କୁ ମୃତ ଘୋଷଣା କରିଥିଲେ। ଶିବାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସାଙ୍ଗକୁ ରକ୍ଷା କରିପାରିଲେନି

ତାଳଚେର/ଛେଣ୍ଡିପଦା/ମୁକ୍ତାପଶି : ତାଳଚେର ଥାନା କଣ୍ଢାଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ଆଜି ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଛାତ୍ରୀ ଜଣକ ହେଉଛନ୍ତି ଗ୍ରାମର ନିର୍ମଳ ସାହୁଙ୍କ ଝିଅ ନନ୍ଦିନୀ(୯)। ନନ୍ଦିନୀ ଏବଂ ଅନ୍ୟ ୨ ଜଣ ଚିନ୍ତାମଣି ସାହୁଙ୍କ ଝିଅ ପାୟଲ(୧୦) ଓ ଗୌରାଙ୍ଗ ସାହୁଙ୍କ ଝିଅ ବର୍ଷାରାଣୀ(୧୦) ଅ‌ାଜି ସକାଳ ସାଢ଼େ ୮ଟା ବେ‌େଳ ଘର ସମ୍ମୁଖରେ ଥିବା ଏକ ପୋଖରୀରେ ଗାଧୋଇବ‌ାକୁ ଯାଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ନନ୍ଦିନୀ ଓ ପାୟଲ ପାଣିରେ ବୁଡି ଯାଇଥିଲେ। ବର୍ଷାରାଣୀ ପହଁରି ପହଁରି କୂଳକୁ ଆସି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ପାଖରେ ଗାଧୋଉଥିବା‌ ଲୋକଙ୍କୁ ଡାକ ପକାଇଥି‌େଲ। ଗ୍ରାମବାସୀମାନେ ଉଭୟଙ୍କୁ ଉଦ୍ଧାର କରି ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍ଗେ ସଙ୍ଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପାୟଲଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ନନ୍ଦିନୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର