ଚରମ ଦାୟିତ୍ବହୀନତା : ୭ ହାତୀଙ୍କୁ ମାରିଦେଲେ

ନଇଁଥିଲା ୧୧କେଭି, ଦେଖିଲାନି ସେସୁ, ଘଉଡ଼େଇଲେନି, ପଳାଇଥିଲେ ବନ କର୍ମଚାରୀ, ରେଲ‌ବାଇ, ସେସୁ, ବନ ବିଭାଗକୁ ନୋଟିସ୍

ଢେଙ୍କାନାଳ : ଗୋଟିଏ ପଟେ ବାଘୁଣୀ ‘ସୁନ୍ଦରୀ’ ଅନୁଗୁଳରେ ଥରହର କରୁଥିବା ବେଳେ ଅନ୍ୟପଟେ ପଡେ଼ାଶୀ ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କୁ ପଡ଼ିଛି ବଜ୍ର ବିପଦ। ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲିଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗ ଗାଁ ନିକଟରେ ଆଜି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେ.ଭି. ବିଦ୍ୟୁତ୍‌ ଝଟ୍‌କା ଖାଇ ୭ଟି ହାତୀଙ୍କର ଅକାଳେ ଜୀବନ ଯାଇଛି। ମୃତ ହାତୀଙ୍କ ମଧୢରେ ୫ଟି ମାଈ, ଗୋଟିଏ ଦନ୍ତା ଏବ˚ ଗୋଟିଏ ଛୁଆ ହାତୀ ଥିବା ଜଣାପଡ଼ିଛି। ରେଲେଵ ବ୍ରିଜ୍‌ କାମ ପାଇଁ ସେସୁ ବିଭାଗ ଏ ତା’ର ଟାଣିଥିଲା। କେବେଠୁ ଏ ବିପଦ ଭୂଇଁଠାରୁ ଅଳ୍ପ ଦୂରରେ ଝୁଲି ରହିଥିଲା। ମରାମତି କରାଗଲା ନାହିଁ। ଏମିତିକି ବନ ବିଭାଗ ହାତୀପଲଙ୍କୁ ଦେଖି ଥିଲେ ବି ଘଉଡ଼ାଇଲେ ନାହିଁ।

ଯେଉଁଥିପାଇଁ ଆଜି ୭ଟି ଜୀବନ ଅକାରଣେ ଚାଲିଗଲା। ଆଜିର ଘଟଣା କେବଳ ସେସୁ ବିଭାଗର ଅବହେଳାକୁ ପଦାରେ ପକାଉ ନାହିଁ, ବର˚ ହାତୀ ସୁରକ୍ଷାରେ ନିୟୋଜିତ ବନ ବିଭାଗ ଅଧିକାରୀଙ୍କ ଖାମିଖିଆଲି ନୀତି ଜଳଜଳ ଦିଶୁଛି। ଘଟଣାରେ ଜିଲ୍ଲାପାଳ ନିଖିଲ ପଵନ କଲ୍ୟାଣ ବନ ବିଭାଗ, ବିଦ୍ୟୁତ୍‌ ବିଭାଗ ଏବ˚ ରେଳ ବିକାଶ ନିଗମକୁ ରିପୋର୍ଟ ତଲବ କରିଛନ୍ତି। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଗଣମାଧୢମକୁ କହିଛନ୍ତି।

ଗାଁ ଲୋକଙ୍କ କହିବା ମୁତାବକ, ଆଜି ଭୋର‌୍‌ ପ୍ରାୟ ସାଢେ଼ ୫ଟା ସମୟରେ ଏ ଅଘଟଣ ଘଟିଛି। ପ୍ରାୟ ୨୦ଟି ହାତୀ ଏକାଠି ହୋଇ କିଛି ଦିନ ହେଲା ତାଳଚେର ଇଲାକାରେ ବୁଲୁଥିଲେ। ଜଣେ ବୟସ୍କ ଲୋକଙ୍କୁ ଏ ହାତୀପଲ ମାରିଥିଲେ। ଗତକାଲି ସନ୍ଧ୍ୟାରେ ଦୁର୍ଗାପୁର ଗାଁ ଆଡ଼କୁ ମୁହାଁଇଥିଲେ ହାତୀପଲ। ସେଥିପାଇଁ ଦୁର୍ଗାପୁର ଗାଁରେ ଛନକା ପଡ଼ିଥିଲା। ଲୋକେ ଭୟରେ ବନ ବିଭାଗକୁ ଖବର ଦେଇଥିଲେ। ବିଭାଗୀୟ ଅଧିକାରୀ ଗାଡ଼ି ନେଇ ଗାଁ ଦାଣ୍ତକୁ ଆସିଥିଲେ। କିନ୍ତୁ ହାତୀପଲଙ୍କୁ ଘଉଡ଼ାଇଲେ ନାହିଁ। ଗାଁରେ କିଛି ସମୟ ହାଜିରା ପକାଇ ଗାଡ଼ି ନେଇ ପଳାଇଥିଲେ। ହାତୀପଲ ଦୁର୍ଗାପୁରରୁ କମଳାଙ୍ଗ ଆଡ଼କୁ ମୁହାଁଇଥିଲେ।

କମଳାଙ୍ଗ ଗାଁ ନିକଟରେ ରାହି ଇନ୍‌ଫ୍ରାଟେକ୍‌ କମ୍ପାନି ରେଲେଵର ଏକ ଓଭରବ୍ରିଜ୍‌ କାମ କରୁଛି। ଆଜକୁ ପ୍ରାୟ ୩ବର୍ଷ ତଳେ ବ୍ରିଜ୍‌ କାମ ପାଇଁ ସେସୁ ସେଠାକୁ ୧୧କେଭି ବିଦ୍ୟୁତ୍‌ ସ˚ଯୋଗ ଦେଇଛି। ଭୂଇଁଠାରୁ ମାତ୍ର ୩/୪ମିଟର ଉଚ୍ଚତାରେ ଏ ବିପଦପୂର୍ଣ୍ଣ ତା’ର ସବୁ ତଳକୁ ଝୁଲି ଥିବା ବେଳେ ଏହାର ମରାମତି କରାଯାଉ ନ ଥିଲା। ହାତୀପଲ ସେହି ବାଟ ଦେଇ ଧାନ ଖାଇବାକୁ ଯାଉଥିବା ବେଳେ ବିଦ୍ୟୁତ୍‌ ଝଟ୍‌କା ଖାଇଥିଲେ। ମୋଟ୍‌ ୨୦ଟି ହାତୀ ମଧୢରୁ ୭ଟିର ଶୋଚନୀୟ ମୃତ୍ୟୁ ହୋଇଛି। ଅବଶିଷ୍ଟ ୧୩ଟି ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଛନ୍ତି। ବଞ୍ଚି ଯାଇଥିବା ହାତୀପଲ ଏବେ ଅଚଳକୋଟ୍‌ ଗାଁ ଗଡ଼ସାହି ଆଡ଼କୁ ମୁହାଁଇଛନ୍ତି। ଲୋକେ ଭୟଭୀତ ଅଛନ୍ତି। ମୃତ ହାତୀ ମଧୢରୁ କେତୋଟିର ମୃତ ଦେହ ନିକଟସ୍ଥ ରେଙ୍ଗାଳି ଶାଖା କେନାଲ ପାଣିରେ ପଡ଼ିଛି।

ଖବର ପ୍ରଚାରିତ ହେବା ପରେ ଶହ ଶହ ଲୋକଙ୍କର ଭିଡ଼ ଜମିଥିଲା। ଢେଙ୍କାନାଳ ଡିଏଫ୍‌ଓ ସୁଦର୍ଶନ ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ମୃତ୍ୟୁ ଘଟଣାରେ ଯିଏ ଦାୟୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏଫ୍‌ଓ ଶ୍ରୀ ପାତ୍ର ‘ସମ୍ବାଦ’କୁ କହିଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ଗଜରାଜଙ୍କୁ ବିଦ୍ୟୁତ୍‌ ଝଟ୍‌କା ଆଜିର ଘଟଣା ନୁହେଁ, ଆଜକୁ ଦୁଇ ବର୍ଷ ତଳେ ଢେଙ୍କାନାଳ ସହର ଉପକଣ୍ଠ ବୋରାପଦା ଜଙ୍ଗଲରେ ଏଲ୍‌ଟି ବିଦ୍ୟୁତ୍‌ ତାର ସ˚ସ୍ପର୍ଶରେ ଆସି ଦୁଇଟି ମାଈ ଓ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିଲା। ହିନ୍ଦୋଳ, ରାସୋଳ ଅଞ୍ଚଳରେ ମଧୢ ତୁହାକୁ ତୁହା ଗଜରାଜ ବିଦ୍ୟୁତ୍‌ ଝଟ୍‌କା ଖାଇ ମୃତ୍ୟୁବରଣ କରିଛନ୍ତି।

ସମ୍ବନ୍ଧିତ ଖବର