୭ ଫୁଟ୍ ଲମ୍ବ ଅଜଗରକୁ ଉଦ୍ଧାର କଲା ସ୍ନେକ୍ ହେଲ୍ପଲାଇନ୍

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ଆଇଆରଇ ଷ୍ଟାଫ୍ କ୍ୱାଟର୍ ମଧ୍ୟରୁ ଏକ ୭ ଫୁଟର ଅଜଗରକୁ ଉଦ୍ଧାର କରିଛି ସ୍ନେକ୍ ହେଲ୍ପଲାଇନ୍।
ଗତକାଲି ସନ୍ଧ୍ୟା ସମୟରେ ଏକ ଅଜଗର ସାପ କ୍ୱାର୍ଟର୍ ମଧ୍ୟରେ ଥିବା ଗାର୍ଡ ରୁମ୍ ନିକଟରେ ଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଵ୍ରହ୍ମପୁର ବନବିଭାଗ ରେଞ୍ଜର ରାଜା ରାଓ ସୁବୁଦ୍ଧିଙ୍କୁ ସାପ ବିଷୟରେ ଜଣାଇଥିଲେ।

ଏହାପରେ ଏବଂ ରେଞ୍ଜରଙ୍କ ଅନୁରୋଧ କ୍ରମେ ସ୍ନେକ୍ ହେଲ୍ପଲାଇନର ଦୁଇ ସଦସ୍ୟ ସ୍ୱାଧୀନ କୁମାର ସାହୁ ଓ ଶ୍ରୀକାନ୍ତ ନାହାକ ଉକ୍ତ ସ୍ଥାନରେ ପହଞ୍ଚିଲେ। ସେଦୁହେଁ ଅକ୍ଳାନ୍ତ ପରିଶ୍ରମ କରି ଅଜଗର ସାପଟିକୁ ଉଦ୍ଧାର କରିଥିଲେ। ସାପଟି ସାତ ଫୁଟ ଲମ୍ବର ହୋଇଥିବା ବେଳେ ରାତ୍ର ସମୟ ହୋଇଥିବାରୁ ବନ୍ୟାଞ୍ଚଳ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। ସକାଳ ସମୟରେ ସାପଟିକୁ ଗଭୀର ଜଙ୍ଗଲ ଭିତରେ ନେଇ ଛଡ଼ାଯିବ ବୋଲି ରେଞ୍ଜର୍ ରାଜା ରାଓ ସୁବୁଦ୍ଧି ସୂଚନା ଦେଇଛନ୍ତି।ଏହି ଘଟଣା ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର