ସମ୍ବଲପୁର: ଖୋଲିଲା ହୀରାକୁଦର ଗେଟ୍। ହୀରାକୁଦର ୭ଟି ଗେଟ ଦେଇ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହେଉଛି। ପର୍ୟ୍ୟାୟ କ୍ରମେ ଆଜି ୨୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ମିଳିଛି। ସକାଳ ୯ଟା ୩୦ ମିନିଟରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ୟ୍ୟାୟରେ ୭ଟି ଗେଟ ଖୋଲାଯାଇଛି। ମଧ୍ୟାହ୍ନ ୧୨ଟା ୩୦ରେ ୬ଟି ଗେଟ ଖୋଲାଯିବ।
ଅପରାହ୍ନ ୨ଟା ୩୦ ମିନିଟରେ ବାକି ସମସ୍ତ ଗେଟ ଖୋଲାଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦର ଛଡ଼ାଯାଇଥିବା ବନ୍ୟାଜଳ ଆସନ୍ତାକାଲି ସକାଳେ ଖଇରାମାଲରେ ପହଞ୍ଚିବ। ହୀରାକୁଦରୁ ପାଣି ପହଞ୍ଚିବା ପରେ କାଲି ସକାଳ ୮ ଟାରେ ଖଇରମାଳ ଠାରେ ସାଢେ ୪ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ସେହିପରି ୩୦ ତାରିଖ ସକାଳେ ପହଞ୍ଚିବ ମୁଣ୍ଡଳିଠାରେ ପହଞ୍ଚିବ ପ୍ରଥମ ବର୍ଷା ଜଳ । ଜୁଲାଇ ୩୦ ପୂର୍ବାହ୍ନ ୧୧ଟାରେ ମୁଣ୍ଡଳିଠାରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/hirakud-dam.jpg)