ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ସର୍ବୋଦୟ କନ୍ୟାଶ୍ରମରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇ ୭ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଘର ନୂଆପଡା ଜିଲ୍ଲାରେ ହୋଇଥିବାରୁ ଶିଶୁ ମଙ୍ଗଳ ସମିତି ତାଙ୍କ ଅଭିଭାବକଙ୍କୁ ଖବର ଦେଇ ସେମାନଙ୍କୁ ହସ୍ତାନ୍ତର କରିଛି। ଅନ୍ୟ ୨ ଜଣ ନାବାଳିକାଙ୍କ ଘର ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲାର ହୋଇଥିବାବେଳେ ନିର୍ଦ୍ଦିଷ୍ଟ ଠିକଣା ନମିଳିବାରୁ ସେମାନଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦେଶକ୍ରମେ ସ୍ଥାନୀୟ ଗୁରୁକୁଳ ଆଶ୍ରମ ଆମସେନାରେ ରଖାଯାଇଛି। ଏନେଇ ଛତିଶଗଡ ମହାସମୁନ୍ଦ ଜିଲ୍ଲାର ଶିଶୁ ମଙ୍ଗଳ କମିଟିକୁ ମଧ୍ୟ ପତ୍ର ମାଧ୍ୟମରେ ତାଙ୍କର ଥଇଥାନ ପାଇଁ ଅବଗତ କରାଯାଇଛି।
କନ୍ୟାଶ୍ରମରୁ ୭ ନାବାଳିକା ଉଦ୍ଧାର
/sambad/media/post_attachments/wp-content/uploads/2018/12/gir-copy.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)