ଯୁଯୁମୁରା: ଯୁଯୁମୁରା ବ୍ଲକ ଗଡ଼ଲୋଇସିଂହ ପଞ୍ଚାୟତ ଜାମୁଜୁରି ଅଞ୍ଚଳରେ ରବିବାର ଅପରାହ୍ନ ୨.୩୦ରେ ବଜ୍ରପାତ ଘଟି ୭ଟି ଛେଳିଙ୍କ ସହ ଗୋଟିଏ କୁକୁରର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ଜାମୁଜୁରି ମିସ୍ତ୍ରିପଡ଼ାର ଉଫାନ ସାମଦଙ୍କ ୬ଟି ଓ ଆଛାଏ ଲୁଗୁନଙ୍କ ଗୋଟିଏ ଛେଳି ଗାଁ’ ବାହାରେ ଚରୁଥିଲେ।
ଏହି ସମୟରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ହିଁ ଛେଳିମାନଙ୍କ ମୃତ୍ୟୁ ହୋଇଥିଲା। ତେବେ ସେଠାରେ ଥିବା ଏକ କୁକୁରର ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/21-6.jpg)