କଳସ ଶୋଭାଯାତ୍ରା ବେଳେ କୋଭିଡ୍‌ ନିୟମ ମାନିଲେନି : ସରପଞ୍ଚଙ୍କ ସ୍ବାମୀ ସମେତ ୭ ଅଟକ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ ଗ୍ରାମଦେବତୀଙ୍କ ପ୍ରତିଷ୍ଠା ଉତ୍ସବରେ କୋଭିଡ୍‌ ନିୟମ ଉଲ୍ଳଂଘନ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରି ସରପଞ୍ଚଙ୍କ ସ୍ବାମୀ ସମେତ ୭ ଜଣଙ୍କୁ ଅଟକ ରଖି ଘଟଣାର ତନାଘନା ଚଳାଇଛି।

ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ବଳଭଦ୍ରପୁର ଗ୍ରାମର ଗ୍ରାମଦେବତୀ ମୁକ୍ତେଶ୍ବରୀଙ୍କ ମନ୍ଦିର ମରାମତି କରାଯାଉଥିବାବେଳେ ମା’ଙ୍କ ମୂର୍ତ୍ତି ଭାଙ୍ଗି ଯାଇଥିଲା। ନୂତନ ମୂର୍ତ୍ତି ପ୍ରତିଷ୍ଠା କରିବା ପାଇଁ ଏକ ପୂଜା ଉତ୍ସବ ଆୟୋଜନ କରାଯାଇଥିଲା। ଏଥିରେ କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ସାମାଜିକ ଦୂରତ୍ବ ରକ୍ଷା କରାଯାଇ ନ ଥିବାବେଳେ ଶତାଧିକ ଲୋକେ ସାମିଲ ହୋଇଥିଲେ। ଏହାସହ ମନ୍ଦିର ଭିତରେ ପୂଜାର୍ଚ୍ଚନା ଓ ଭଜନକୀର୍ତ୍ତନ ବେଳେ ଲୋକେ ସାମାଜିକ ଦୂରତା ରକ୍ଷା କରି ନଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହେବା ସହ ଗଣମାଧ୍ୟମରେ ଖବର ପ୍ରଚାରିତ ହେବା ପରେ ପୁଲିସ ଏହା ଉପରେ ପଦକ୍ଷେପ ନେଇଥିଲା। ପୁଲିସ ନିଜଆଡ଼ୁ ମାମଲା ରୁଜୁ କରିବା ସହ ବଳଭଦ୍ରପୁର ସରପଞ୍ଚ ଶ୍ବେତାଲିନ୍‌ ପରିଡ଼ାଙ୍କ ସ୍ବାମୀ ଶାରଦା ପ୍ରସାଦ ପରିଡ଼ାଙ୍କ ସମେତ ୭ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର