୭ଜଣ ଆଇଏଏସ୍‌ଙ୍କୁ ପଦୋନ୍ନତି

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରି ଆଇଏଏସ୍‌ ପଦବିକୁ ପଦୋନ୍ନତି ପାଇଥିବା ୭ଜଣ ଆଇଏଏସ୍‌ ଅଧିକାରୀଙ୍କୁ କନିଷ୍ଠ ପ୍ରାଶାସନିକ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି। ଏମାନଙ୍କ ମଧ୍ୟରୁ ବୃନ୍ଦାବନ ବେହେରାଙ୍କୁ ଗତ ଅକ୍ଟୋବର ମାସ ୧୦ ତାରିଖରୁ ଏହି ପଦୋନ୍ନତି ମିଳିଥିବା ବେଳେ ଅନ୍ୟ ୬ଜଣଙ୍କ ନିମନ୍ତେ ଗତ ସେପ୍ଟେମ୍ବର ୬ ତାରିଖରୁ ଏହା କାର୍ଯ୍ୟକାରୀ ହୋଇଛି। ସେହି ୬ଜଣ ଆଇଏଏସ୍‌ ଅଧିକାରୀ ହେଉଛନ୍ତି ମାଗୁଣି ଚରଣ ପାତ୍ର, ଧନଞ୍ଜୟ ହେମ୍ବ୍ରମ, ଗଙ୍ଗାଧର ପାତ୍ର, ପବିତ୍ର ମଣ୍ଡଳ, ସୁନୀଲ କୁମାର ନାୟକ ଓ ବଟକୃଷ୍ଣ ଦେହୁରୀ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର