ଟ୍ରକ୍ ଧକ୍କାରେ ବୋଲେରୋ ଚୁରମାର୍, ୭ ଗୁରୁତର 

ରାୟଗଡ଼ା: ୩୨୬ ନଂ ଜାତୀୟ ରାଜପଥର ଗୁମ୍ମା ଘାଟିରେ ଆଜି ଅପରାହଣରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ଯାତ୍ରୀବାହୀ ବୋଲେରୋ ଚୁରମାର୍ ହୋଇଯାଇଥିବା ବେଳେ ଦୁର୍ଘଟଣାରେ ୭ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଚିକିତ୍ସା ପାଇଁ ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କାଶୀପୁର ବ୍ଲକ୍ ଗୋରଖପୁର ପଞ୍ଚାୟତ ବଡ଼ମାରିଭଟା ଗାଁର ଗୋଟିଏ ପରିବାରର ୭ ଜଣ ବୋଲେରୋ ଯୋଗେ  ରାୟଗଡ଼ାରେ ରହୁଥିବା  ସମ୍ପର୍କୀୟଙ୍କ ଘରକୁ ଆସୁଥିଲେ। ବୋଲେରୋଟି ଘାଟି ଓହ୍ଲାଉଥିବା ବେଳେ ତଳଗୁମ୍ମା ନିକଟରେ ପଛପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ବ୍ରେକ୍ ଫେଲ ହେବା କାରଣରୁ ଭାରସାମ୍ୟ ହରାଇ ବୋଲେରୋକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ଘାଟି ଉପରେ ଓଲଟି ପଡିଥିଲା। ଦୁର୍ଘଟଣାରେ ଟ୍ରକ୍ ଓ ବୋଲେରୋ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଉଭୟ ଗାଡ଼ିର ଡ୍ରାଇଭର ଜିତେନ୍ଦ୍ର ନାୟକ ଓ ଶ୍ୟାମଳ ରାଓ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୫ ଜଣ ଗୋବିନ୍ଦ ନାଏକ, ପ୍ରଶାନ୍ତ ବାଗ, ପ୍ରଭାସିନି ବାଗ ଓ ଉଦୟନାଥ ନାଏକ ରାୟଗଡ଼ା ମେଡ଼ିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ଅଛନ୍ତି। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର