ବାରହା ଆକ୍ରମଣରେ ୭ ଆହତ, ଜଣେ ଗୁରୁତର

ବିନିକା/ସିଂଘିଯୁବା : ବରହା ଆକ୍ରମଣରେ ଶନିବାର ସକାଳେ ବିନିକା ବନାଞ୍ଚଳ ଅଧୀନସ୍ଥ ଭଣ୍ଡାର ପଞ୍ଚାୟତ ଓ ସିନ୍ଦୂର ପଞ୍ଚାୟତର ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ଭଣ୍ଡାର ପଞ୍ଚାୟତ ମହୁଲପାଲି ଗାଁର ବନ ଗୁରୁ(୫୫) ଦୁଗ୍ଧ ବିକ୍ରୟ କରିବାକୁ ଯାଉଥିବା ବେଳେ ଅତଁଣ୍ଡା ହାଇସ୍କୁଲ ପାଖରେ ଏକ ବରହା ତାଙ୍କୁ ଆକ୍ରମଣ କରିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ବିନିକା ଓ ପରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ସେହିପରି ଏହି ପଞ୍ଚାୟତ ଗୁଲୁଣ୍ଡା ଗାଁର ଚଏତୁ ହରିପାଲ (୪୧), ସାଧବୀ ଜଗଦଲା (୪୫), ସନ୍ତୋଷ ମିର୍ଦ୍ଧା (୪୩), ଭୁବନେ ମେହେର (୫୫), ଅନ୍ତର୍ଡା ଗ୍ରାମର ପ୍ରହଲ୍ଲାଦ ସୁନା (୩୫) ଓ ସିନ୍ଦୂର ପଞ୍ଚାୟତ ବିଶାଳପାଲି ଗାଁର ସତ୍ୟବାନ ପଧାନ (୩୦) ବରହା ଆକ୍ରମଣରେ ଆହତ ହୋଇଛନ୍ତି। ସେମାନଙ୍କୁ ବିନିକା ଡାକ୍ତରଖାନାରେ ଚିକିତ୍ସା କରି ଛାଡ଼ି ଦିଆଯାଇଛି। ବନ ବିଭାଗର ରେଞ୍ଜର ସାନେ ନାଏକ, ବିନିକା ଫରେଷ୍ଟର ଜଗବନ୍ଧୁ ବାରିକ, ଗାର୍ଡ ଦୀନବନ୍ଧୁ ଗରୁଡ଼ ପ୍ରମୁଖ ଆହତଙ୍କୁ ସହଯୋଗ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର