୭ ମିଲିସିଆଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ ନିକଟରେ ଆଜି ୭ ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ଏସଡିପିଓ ମାନସ ବାରିକ ଆଜି ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି। ବିଏସଏଫ ୮ ବାଟାଲିୟନର ଯବାନଙ୍କ ସହ ଏମାନେ ଯୋଗାଯୋଗ କରିବା ପରେ ବିଏସଏଫ ସେମାନଙ୍କୁ ପୁଲିସ ନିକଟକୁ ଆଣିଥିଲା। ସମସ୍ତେ ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଯନ୍ତାପାଇ ଅଂଚଳର ବୋଲି ଜଣାପଡିଛି। ତେବେ ଏମାନଙ୍କ ନାମ ପ୍ରକାଶ କରାଯିବ ନାହିଁ ବୋଲି ଏସଡିପିଓ ଶ୍ରୀ ବାରିକ କହିଥିଲେ।

ସମ୍ବନ୍ଧିତ ଖବର