ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୭ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି ପାଇଛି।
Details of cases confirmed as death due to Covid-19, after due completion of death audit process:
1.A 47 years old Male of Angul District.
2.A 61 years old Female of Angul District who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) January 22, 2022
ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ୭ ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୨ ଜଣ ଥିବା ବେଳେ ମୟୂରଭଞ୍ଜ, ଯାଜପୁର, କଟକ, ଭଦ୍ରକ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ରହିଛନ୍ତି। ଏମାନଙ୍କ ଭିତରେ ୪ ଜଣ ମହିଳା ଥିବା ଜଣାଯାଇଛି। ଅନୁଗୁଳ ଜିଲ୍ଲାର ଜଣେ ୪୭ ବର୍ଷିୟ ପୁରୁଷ ଓ ଜଣେ ୬୧ ବର୍ଷୀୟା ମହିଳା ଅଛନ୍ତି। ମୟୂରଭଞ୍ଜର ଜଣେ ୬୫ ବର୍ଷୀୟା ମହିଳା ପ୍ରାଣ ହରାଇଥିବା ବେଳେ ଯାଜପୁରର ୬୫ ବର୍ଷିୟ ପୁରୁଷ, କଟକର ଜଣେ ୪୦ ବର୍ଷିୟ ପୁରୁଷ ଭଦ୍ରକର ଜଣେ ୫୦ ବର୍ଷୀୟା ମହିଳା ଓ ପୁରୀ ଜିଲ୍ଲାର ଜଣେ ୫୩ ବର୍ଷୀୟା ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।