ସୁନ୍ଦରଗଡ଼: ପୁଣି ଦିନକରେ ସୁନ୍ଦରଗଡ଼ରେ ୭ ସ୍କ୍ରବ୍ ଟାଇଫସ  ପଜିଟିଭ ଚିହ୍ନଟ। ୨୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୩୭ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ ୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ରବିବାର ୧୧, ସୋମବାର ୩ ଚିହ୍ନଟ ହୋଇଥିଲେ। ଠିକ୍ ସେହିପରି ମଙ୍ଗଳବାର ବି୧୦ ପଜିଟିଭ୍ ଚିହ୍ନଟ ହୋଇଥିଲେ।  ଏହା ସହ ସଂଖ୍ୟା୨୦୦ରେ ପହଞ୍ଚିଛି। ତେବେ ଏହା ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ହୋଇଥିବା ପରୀକ୍ଷାର ରିପୋର୍ଟ। ଘରୋଇ ଭାବେ ପ୍ରକାଶିତ ତଥ୍ୟାନୁସାରେ ଆକ୍ରାନ୍ତ ସଂଖ୍ୟା ୫ ଶହ ଟପି ଯାଇଥିବା କୁହାଯାଉଛି। କେବଳ ରାଜଗାଙ୍ଗପୁରର ଏକ ଘରୋଇ କ୍ଲିନିକରେ ୧୫୦ରୁ ଅଧିକ ସ୍କ୍ରବ୍ ଟାଇଫସ ଚିହ୍ନଟ ହୋଇଥିବା ସୂଚନା ମିଳିଛି।

Advertisment

୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଚିହ୍ନଟ ହୋଇଥିଲା। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ତାପର ଠାରୁ ଏହା ବୃଦ୍ଧି ପାଇ ୧୮୩ରେ ପହଞ୍ଚିଛି। ସ୍କ୍ରବ୍ ଟାଇଫସରେ ଜଣକର ମୃତ୍ଯୁ ହୋଇଥିବାବେଳେ ଠିକ୍‌ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିବାରୁ ଅନ୍ୟ ଆକ୍ରାନ୍ତମାନେ ସୁସ୍ଥ ଥିବା ସିଡିଏମଓ ଡ. କାହ୍ନୁଚରଣ ନାୟକ କହିଛନ୍ତି। ଅନ୍ୟପଟେ ଆଶା, ଅଙ୍ଗନବାଡ଼ିକର୍ମୀଙ୍କ ଜରିଆରେ ଲୋକଙ୍କୁ ସଚେତନ କରାଯିବା ସହ ରୋଗ ଚିହ୍ନଟ ପାଇଁ ବ୍ୟାପକ ପରୀକ୍ଷା କରାଯାଉଥିବା, କୌଣସି ବ୍ୟକ୍ତିଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଗଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଉଥିବା, ଆବଶ୍ୟକ ପଡ଼ିଲେ, ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। କିନ୍ତୁ ଏ ସଚେତନତା କେବଳ କାଗଜପତ୍ରରେ, ବାସ୍ତବରେ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଏଯାଏ ଏ ରୋଗ ସମ୍ପର୍କରେ ବିଶେଷ ସୂଚନା ପହଞ୍ଚି ନଥିବା ଜଣାପଡିଛି।।