୭ ନକ୍ସଲ ଗିରଫ, ମାଓ ସମଗ୍ରୀ ଜବତ

ମାଲକାନଗିରି : ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୋଲିସ ୭ ନକ୍ସଲଙ୍କୁ ଗିରଫ କରିବା ସହ ବହୁ ମାଓ ସମଗ୍ରୀ ଜବତ କରିଛି। ଜିଲ୍ଲା ପୋଲିସ,ଡିଆରଜି ଏବଂ ଏସଟିଏଫ ଯବାନମାନେ କୋୟାମେଟା ଏବଂ କାବାନାର ଅଂଚଳରେ କମ୍ବିଂ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ପୁଲିସ ୭ ଜଣ ନକ୍ସଲକୁ ଗିରଫ କରିବାରେ ସକ୍ଷମ ହୋଇଥଲା। ଗିରଫ ନକ୍ସଲମାନେ ହେଲେ ବେଞ୍ଜା କୋରାମ(୪୦), କୁଲ୍ଲେ ମାଣ୍ଡବି(୪୦), ମଡା ପଡିଆମି(୪୫), ଆସି ଉସେଣ୍ଡି(୩୫), ସୁକ୍କୋ କଶ୍ୟପ(୪୫),ପଣ୍ଡରୁ କୁହରାମୀ(୩୫) ଏବଂ ଗୁଡ୍ଡୀ ମାଣ୍ଡବି(୨୫)।ଏମାନଙ୍କ ଠାରୁ ଦୁଇଟି ବନ୍ଧୁକ,ଗୋଟିଏ ବଣ୍ଡଲ ତାର,ନକ୍ସଲ ପୋଷାକ,ପିସ୍ତଲ, ଜାରକିନ ଇଦ୍ୟାଦି ଜବତ କରାଯାଇଥିଲା। ଗିରଫ ହୋଇଥିବା ସମସ୍ତ ନକ୍ସଲ ଗତ ୨୦୧୦ରରୁ ମାଓ ସଂଗଠନରେ ଜଡିତ ହୋଇ କମାଣ୍ଡର ଦୀପକ,ସଗୁନ,ସୁନୀଲା,ମାହୁର,ଅଶୋକ,ସ୍ୱପ୍ନା ଦ୍ୱାରା ପରିଚାଳିତ ହୋଇ ବହୁ ହିଂସାରେ ଜଡିତ ଥିବା ପୋଲିସ କହିଛି। ଏମାନେ ପୋଲିସ ଉପରେ ଗୁଳି ଚଳାଇବା, ଯାନବାହାନରେ ନିଆଁ ଲଗାଇବା ଭଳି ହିଂସାରେ ଜଡିତ ଥିବା ପୋଲିସ କହିଛି।

ସମ୍ବନ୍ଧିତ ଖବର