ମାଲକାନଗିରି: ମାଓ ଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ସରକାରଙ୍କ ମହତାକାଂକ୍ଷୀ ଯୋଜନାରେ ଆକର୍ଷିତ ହୋଇ ମାଓବାଦୀମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ନିକଟରେ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନୂଆ ସକାଳ, ନୂଆ ଆରମ୍ଭ ଯୋଜନା ଅନୁଯାୟୀ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିବା ପୁଲିସ କହିଛି। ଏହି ନକ୍ସଲମାନେ ଭେଜି ଥାନା ଅଂଚଳରେ ସକ୍ରିୟ ରହିଥିଲେ।ତେବେ ଏହି ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପଛରେ ୨୧୯ ସିଆରପିଏଫ ବାହିନୀର ଯବାନଙ୍କ ବହୁତ ଅବଦାନ ରହିଛି। ପୁଲିସ ତରଫରୁ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ ପାଇଁ ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଏମାନଙ୍କ ଠାରୁ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିପାରିବ ବୋଲି ଆଶା ପ୍ରକଟ କରିଛି। ଅନ୍ୟପଟରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି, ସଂଗଠନରେ କ୍ୟାଡରମାନେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଛନ୍ତି। ଏହା ଅସହ୍ୟ ହେବାରୁ ସରକାରଙ୍କ ମୂଳସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲୁ।
ଭୁଶୁଡୁଛି ମାଓବାଦୀ ଦୁର୍ଗ: ୭ ନକ୍ସଲଙ୍କ ଆତ୍ମସମର୍ପଣ
/sambad/media/post_attachments/wp-content/uploads/2022/09/Mkg-7-naxal-surrender-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)