ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସକୁ ମିଳିଛି ସଫଳତା। ଜଣେ ହାର୍ଡକୋର ନକ୍ସଲ ସମେତ ୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତ। ହାର୍ଡକୋର ନକ୍ସଲ ପଡିଆମି ମାସା ନାଁରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ନକ୍ସଲ ସଂଗଠନରେ ପୂର୍ବ ଭଳି ଉଦେଶ୍ୟ ଓ ଲକ୍ଷ୍ୟ ନେଇ କାମ କରାଯାଉନଥିବା ବେଳେ ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଥିବା ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ଏସପି ଅଭିଷେକ ମୀନା ପ୍ରକାଶ କରିଛନ୍ତି। ଆତ୍ମ ସମର୍ପଣ କରିଥିବା ନକ୍ସଲମାନେ ହେଲେ ଡେପୁଟୀ କମାଣ୍ଡର ବାରସେ କୈଳାସ, ସଦସ୍ୟ ପଡିଆମି ମାସା, ଜନତାନା ସରକାର ଅଧ୍ୟକ୍ଷ ମାଡବି ସୋମଡା, ମିଲିସିଆ ତାତି ଲଖମା, କୃଷି କମିଟି ସଦସ୍ୟ ବେକୋ ଆୟତା, ସିଏନଏମ ଡେପୁଟି କମାଣ୍ଡର କାବାସି ଜଗା ଏବଂ ସିଏନଏମ ସଦସ୍ୟ କରଟମ ବୁଦୁରା। ଏମାନେ ବହୁ ନକ୍ସଲ ହିଂସାରେ ଜଡିତ ଥିବା ପୁଲିସ କହିଛି। ଏମାନଙ୍କୁ ପ୍ରଶାସନ ତରଫରୁ ଆତ୍ମନିର୍ଭରଶୀଳ କରାଯିବା ସହ ଥଇଥାନ କରାଯିବ ବୋଲି କୁହାଯାଇଛି। ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ସୀମାନ୍ତରେ ୭ ନକ୍ସଲଙ୍କ ଆତ୍ମସମର୍ପଣ
/sambad/media/post_attachments/wp-content/uploads/2018/12/naxals.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)