ସଟ୍‌ ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କ ପାଇଁ କଣ୍ଟ୍ରୋଲ ରୁମ୍‌ ଦାୟିତ୍ବରେ ୭ ଅଧିକାରୀ

ଭୁବନେଶ୍ବର : ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶନିବାର ଓ ରବିବାର ରାଜ୍ୟ ସରକାର ୧୧ଟି ଜିଲ୍ଲା ପାଇଁ ସଟ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏସବୁ ଜିଲ୍ଲାରେ ଏହି ଦିନମାନଙ୍କରେ ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। କିନ୍ତୁ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଖୋଲାଯାଇଥିବା ରାଜ୍ୟସ୍ତରୀୟ ସରକାରୀ କଣ୍ଟ୍ରୋଲ ରୁମ୍‌ ଖୋଲାରହିବ। ଶ୍ରମିକ ଟ୍ରେନ୍‌ ମନିଟରିଂ କରିବାକୁ ୭ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କର୍ମଚାରୀମାନେ ଚଳିତମାସ ଶେଷ ପର୍ଯ୍ୟନ୍ତ ପ୍ରତି ଶନିବାର ଓ ରବିବାର ଅଫିସ୍‌ ଆସିବେ।

ସମ୍ବନ୍ଧିତ ଖବର