୫୦ ଫୁଟ ବ୍ରିଜ ତଳକୁ କାର ଖସି ୭ ଆହତ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ଉମୁରି ପଞ୍ଚାୟତ ମୁଖ୍ୟାଳୟ ନିକଟରେ ଏକ ମାରୁତି କାର ୫୦ ଫୁଟ ବ୍ରିଜ ତଳକୁ ଖସିପଡିଛି। ରାତି ପ୍ରାୟ ୧୧.୩୦ରେ ଏଭଳି ଦୁର୍ଘଟଣା ଘଟିଛି। ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ପୁଲିସ କହିଛି ଯେ, ଛତିଶଗଡ କାଙ୍କର ଅଞ୍ଚଳରୁ କାର ନମ୍ବର ସିଜି ୧୯ ବି ଏମ ୨୯୦୬ରେ ୭ଜଣ କୌଣସି ଏକ କାର୍ଯ୍ୟରେ ବିଶାଖାପାଟଣା ଯାଇ ଫେରୁଥିଲେ। ଉମୁରି ବିଜ୍ର ଉପରେ ଆଉ ଗୋଟିଏ ଗାଡି ସାମନାପଟୁ ଆସିବାରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ କାରଟି ଖସି ପଡ଼ିଥିଲା।

ପ୍ରାୟ ୨ଜଣ ଗୁରୁତର ହୋଇଥିବାବେଳେ ଆଉ ୫ଜଣ ଆହତ ହୋଇଛନ୍ତି। ତେବେ ଆହତମାନଙ୍କ ନାମ ଜଣାପଡିନାହିଁ। ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ସେମାନଙ୍କ ସମ୍ପର୍କୀୟ ଜଗଦଳପୁରରେ ଥିବାରୁ ସେମାନେ ସେଠାକୁ ଯିବା ପାଇଁ ଚାହୁଁଛନ୍ତି। ତେବେ ସେ ଯାହା ହେଉନା କାହିଁକି ଜିଲ୍ଲା ଚିକିତ୍ସାଳୟରେ ସେମାନେ ସୁସ୍ଥ ହେବା ପରେ ପଠାଇବାକୁ ପୁଲିସ ଯୋଜନା କରୁଛି।

ସମ୍ବନ୍ଧିତ ଖବର