୧୦ ବର୍ଷରେ ଚାଷ ପରିମାଣ ୭ ପ୍ରତିଶତ ହ୍ରାସ

ଭୁବନେଶ୍ବର : ୧୦ ବର୍ଷରେ ଖରିଫ ଏବଂ ରବିକୁ ମିଶାଇ ରାଜ୍ୟରେ ଚାଷ ପରିମାଣ ୫୯୦.୮୩ ହଜାର ହେକ୍ଟର ଅର୍ଥାତ ୬.୯ ପ୍ରତିଶତ ହ୍ରାସ ପାଇଛି। ୨୦୧୦ ମସିହାରେ ୫୯୪୬.୫୧ ହଜାର ହେକ୍ଟରରେ ଖରିଫ ଏବଂ ୨୬୧୧ ହଜାର ହେକ୍ଟର ରବିକୁ ମିଶାଇ ସମୁଦାୟ ୮୫୫୭.୬୬ ହଜାର ହେକ୍ଟର ଜମିରେ ଚାଷ କରାଯାଇ ଥିଲା। ୨୦୨୧ ମସିହାରେ ଏହା ହ୍ରାସ ପାଇ ୫୪୯୮.୧୦ ହଜାର ହେକ୍ଟର ଖରିଫ, ୨୪୬୮.୭୩ ହଜାର ହେକ୍ଟର ରବିକୁ ମିଶାଇ ସମୁଦାୟ ୭୯୬୬.୮୩ ହଜାର ହେକ୍ଟରରେ ଚାଷ କରାଯାଇ ଥିଲା। ନବରଙ୍ଗପୁର ବିଜେଡି ବିଧାୟକ ମନୋହର ରାନ୍ଧାରୀଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି ୨୦୧୦ ମସିହାରେ ୩୦.୨୬ ଲକ୍ଷ ହେକ୍ଟର ଏବଂ ୨୦୨୦ ମସିହାରେ ୪୪.୩୯ ଲକ୍ଷ ହେକ୍ଟର ଜମିରେ ଜଳସେଚନର ସୁବିଧା ରହିଛି।

ସମ୍ବନ୍ଧିତ ଖବର