ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ବୁଧବାର ରାଜ୍ୟର ୩ଟି ଜେଲରୁ ୭ ଜଣ କଏଦୀ ମୁକୁଳିଛନ୍ତି। କଟକ ଜିଲ୍ଳାର ଚୌଦ୍ୱାର, କେନ୍ଦୁଝର ଓ ଝାରସୁଗୁଡ଼ା ଜେଲରୁ ଏହି କଏଦୀମାନଙ୍କୁ ଦୋଷୀମାନଙ୍କୁ କରାଯାଉଥିବା କ୍ଷମାଦାନ ଯୋଜନାରେ ମୁକ୍ତ କରି ଦିଆଯାଇଛି।
ଏଡିଜି (ଜେଲ) ସତ୍ୟଜିତ ମହାନ୍ତି କହିଛନ୍ତି, ଉତ୍ତମ ବ୍ୟବହାର ଯୋଗୁଁ ଜେଲଦଣ୍ଡର ହ୍ରାସ ଯୋଜନାରେ ୭ ଜଣ କଏଦୀଙ୍କୁ ମୁକ୍ତି ଦିଆଯାଇଛି। ଏହି କ୍ରମରେ କେନ୍ଦୁଝର ଜେଲରୁ ୫ ଜଣ, ଚୌଦ୍ୱାର ଜେଲରୁ ଜଣେ ଓ ଝାରସୁଗୁଡ଼ା ଜେଲରୁ ଜଣଙ୍କୁ ମୁକ୍ତି ମିଳିଛି।