୩ ମାସରେ ୭ ହଜାର ଟନ୍‌ ପାର୍ସଲ ପରିବହନ

୬୧୬୦ ଟନ୍‌ ଅତ୍ୟାବଶ୍ୟକ ସାମଗ୍ରୀ, ୩୧ ଟନ୍‌ ଔଷଧ ପରିବହନ

ଭୁବନେଶ୍ବର : କୋଭିଡ-୧୯ ସଂକ୍ରମଣ ରୋକିବା ଲାଗି ଲାଗୁ ହୋଇଥିବା ଲକ୍‌ଡାଉନ୍ ସମୟରେ ଲୋକେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ଅଭାବର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଟାଇମ୍‌ ଟେବୁଲ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଫଳ, ପନିପରିବା, ଦୁଗ୍ଧ, ରନ୍ଧନ ତୈଳ, ତେଜରାତି ସାମଗ୍ରୀ, ଔଷଧ, ମେଡିକାଲ ଉପକରଣ, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ), ଚିନି, ଲୁଣ ଆଦି ଜରୁରୀ ସାମଗ୍ରୀକୁ ଦେଶର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଛି।

୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଅର୍ଥାତ ଏପ୍ରିଲରୁ ଜୁନ୍ ମଧ୍ୟରେ, ପୂର୍ବତଟ ରେଳପଥ ଏହାର ସ୍ୱତନ୍ତ୍ର ପାର୍ସଲ ଟ୍ରେନଗୁଡ଼ିକ ଦ୍ଵାରା ୬ ହଜାର ୧୬୦ ଟନ୍‌ର ଅତ୍ୟାବଶ୍ୟକ ସାମଗ୍ରୀକୁ ମିଶାଇ ୭ହଜାର ଟନ୍‌ର ପାର୍ସଲ ପରିବହନ କରିଛି। ୩୧ଟନ୍‌ର ଔଷଧ, ୨୦ଟନ୍‌ର ମେଡିକାଲ ଉପକରଣ ପରିବହନ ହୋଇଛି। ଏହା ମଧ୍ୟରେ ଅନେକ ଜୀବନ ରକ୍ଷାକାରୀ ଔଷଧ, ପରୀକ୍ଷାଗାର ନିମନ୍ତେ ପଠାଯାଉଥିବା ନମୁନା ଅନ୍ତର୍ଭୁକ୍ତ ରହିଛି। ଖାଦ୍ୟ ସାମଗ୍ରୀର ଅନବରତ ଯୋଗାଣ ବ୍ୟବସ୍ଥାକୁ ବଜାୟ ରଖିବା ନିମନ୍ତେ ପାର୍ସଲ ଟ୍ରେନ୍ ମାଧ୍ୟମରେ ପୂର୍ବତଟ ରେଳପଥ ଅଞ୍ଚଳରୁ ୨୧୦ଟନ୍‌ ଦୁଗ୍ଧ/ଦୁଗ୍ଧଜାତ ଉତ୍ପାଦ ଓ ଅଣ୍ଡା ପରିବହନ କରାଯାଇଥିଲା। ଏହି ସମୟରେ କୃଷକଙ୍କ ଉତ୍ପନ୍ନ ସାମଗ୍ରୀକୁ ବଜାରକୁ ପଠାଇବା ଦିଗରେ ପୂର୍ବତଟ ରେଳପଥ ଆଗେଇ ଆସିଥିଲା। ୪ ହଜାର ୩୭୬ ଟନ୍‌ର ଫଳ ଓ ପନିପରିବା ସୁରକ୍ଷିତ ଭାବେ ଯଥା ସମୟରେ ବଜାରରେ ପହଞ୍ଚା ଯାଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶରୁ ଦିଲ୍ଲୀକୁ ପଠାଯାଇଥିବା ୪ ହଜାର ୩୪୫ଟନ୍‌ର ଆମ୍ବ ଅନ୍ତର୍ଭୁକ୍ତ ରହିଛି। ୮୨୪ଟନ୍‌ର ମାଛ ଉପକୂଳ ଅଞ୍ଚଳର ଖାଉଟି କେନ୍ଦ୍ରଗୁଡ଼ିକୁ ପରିବହନ ହୋଇଥିଲା। ପୂର୍ବତଟ ରେଳପଥ ଅଞ୍ଚଳରେ ୫୨୪୦ଟନ୍‌ର ପାର୍ସଲ ଗ୍ରହଣ କରାଯାଇଛି। ଏହି ସାମଗ୍ରୀ ମଧ୍ୟରେ ମେଡିକାଲ ଉପକରଣ, ଔଷଧ, ସୂତା ବ୍ୟାଗ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, କୁକୁଡ଼ା ଅଣ୍ଡା, ଦୁଗ୍ଧ ରହିଛି।

ସମ୍ବନ୍ଧିତ ଖବର