ରାଉରକେଲା: ସ୍କ୍ରାପ୍ ଚୋରାଚାଲାଣ ଘଟଣାରେ ପ୍ଲାଣ୍ଟସାଇଟ୍ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଉତ୍ତର ପ୍ରଦେଶ ରସିକାପୁରର ମୋଲଚାନ୍ଦ ଗୁପ୍ତା (୪୨), କଲୁଙ୍ଗାର ସୁରଜ ଯାଦବ (୬୨) ଓ କୋଇଲା ଗେଟର ରାଜ କିଶୋର ଶର୍ମା (୩୭)। ଗତକାଲି ୩ ଗିରଫ ବେପାରୀ ଟ୍ରକ (ଓଡ଼ି-୧୪-ଏସ୍-୬୪୩୨)ରେ ସ୍କ୍ରାପ୍ ଚାଲାଣ କରୁଥିଲେ। ପ୍ଲାଣ୍ଟ ସାଇଟ୍ ପୁଲିସ ସୂଚନା ପାଇ ଟ୍ରକକୁ ଅଟକାଇଥିଲେ।
ଏହି ଚୋରା ସ୍କ୍ରାପ୍ ବନ୍ଧମୁଣ୍ଡା କୋଇଲାଗେଟରୁ ପଶ୍ଚିମବଙ୍ଗର ହାଓ୍ବା଼ଡ଼ା ଯାଉଥିଲା। ରାତ୍ରି ପାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ବିଶ୍ରା ଛକ ନିକଟରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ବେପାରୀମାନେ ଆବଶ୍ୟକୀୟ କାଗଜପତ୍ର ଦେଖାଇନପାରିବାରୁ ଗାଡ଼ିଟିକୁ ଜବତ କରିଥିଲା। ଗାଡ଼ିରୁ ୭ ଟନ୍ ସ୍କ୍ରାପ୍ ଜବତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/5-23.jpg)