ରାଉରକେଲା: ରାଉରକେଲା ଉପକଣ୍ଠ ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରଯାଇଛି। ୭ ଜଣ ଅଭିଯୁକ୍ତଙ୍କୁ ଅବକାରୀ ପୁଲିସ କାବୁ କରିଛି। ଅଭିଯୁକ୍ତମାନେ ହେଉଛନ୍ତି ଗୋପାଳ ତିର୍କି, ସନ୍ତୋଷ ବାଙ୍କ, ଲଷ୍ମୀ ସିଂହ, ଗୁଡ଼ୁ ସର୍ଦ୍ଦାର, ସୁନୀଲ ଖାଲଖୋ, ବିଷ୍ଣୁ କଂସାରଲିଆ ଓ ଜିତେନ୍ଦ୍ର ଶାହ।

Advertisment

ଅଭିଯୁକ୍ତଙ୍କ ପାଖରୁ ୨୫୭ ଲିଟର ମହୁଲି ମଦ, ୪୫ କ୍ବିଣ୍ଟାଲ ମହୁଲ ପୋଚ ଓ ୨ଟି ମୋଟର ସାଇକଲ ଓଆର୍‌-୧୪ଏମ୍‌-୧୮୪୨ ଏବଂ ଓଆର୍‌- ୧୪ପି-୬୮୧୮ ଜବତ ହୋଇଛି। 

ଅବକାରୀ ପୁଲିସ ବେଦବ୍ୟାସ, ରେଲାପୋଷ, ବାଗବୁଡି ଓ କୁକୁଡ଼ା ଅଞ୍ଚଳରେ ଅତର୍କିତ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ମଦ ପ୍ରସ୍ତୁତି, ଚୋରାଚାଲାଣରେ ମାତିଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା।

ଅଧିକ ପଢ଼ନ୍ତୁ: ସଞ୍ଜୟଙ୍କୁ ସଫା ସଫା ଶୁଣାଇଦେଲେ ଶରଦ, ଏବେ କଣ ମୁଁ ଅନୁମତି ନେବି?

ତେବେ ଜଣେ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଛନ୍ତି। ଅବକାରୀ ଇନ୍ସପେକ୍ଟର ଦିଲୀପ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଓଆଇସି ଇଦ୍ରିସ ହୁସେନ, ଏସ୍‌ଆଇ ଅଜୟ ପ୍ରଧାନ, ଓଆଇସି ଆକାଶ ସାହୁ, ଏଏସ୍‌ଆଇ ବିଦୂତ ଭୂଷଣ ଦାସ,ଏଏସ୍‌ଆଇ ଜେମାମଣୀ କିସାନ, ଏଏସ୍‌ଆଇ ଲଷ୍ମୀ ପଣ୍ଡା, ଶ୍ରୀନିବାସ ବିଶୋଇ, ସୌମ୍ୟ ରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, ରେଣୁ କିରୋ, ହେମାମଞ୍ଜରୀ ବିଶ୍ୱାଳ, କୁମାରୀ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ପ୍ରଦୀପ ଲୁ୍ଗୁନ, ନିରଞ୍ଜନ ରାଉତ, ଆକାଶ ପଟେଲ, ବବୁଲ ସ୍ୱାଇଁ, ତ୍ରିଲୋଚନ ପାଢ଼ୀ, ଅମର ମହାରଣା ପ୍ରମୁଖ ସାମିଲଥିଲେ।

ଅଧିକ ପଢ଼ନ୍ତୁ: ମାଲକାନଗିରି ସହରରେ ବୁଲୁଛି ଭାଲୁ