ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟ ସ୍ରେତାରେ ସାମିଲ ହୋଇଥିଲେ ୭ ମହିଳା, ପ୍ରଶାସନ ଦେଲା ସିଲେଇ ମେସିନ

ମାଲକାନଗିରି: ମାଓବାଦୀ ସଂଗଠନ ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ମହିଳାଙ୍କୁ ଜୀବନଜୀବିକା ପାଇଁ ସିଲେଇ ମେସିନ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ ଶୁକ୍ରବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ପଦକ୍ଷେପ ନିଆଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସପି ନୀତିଶ ଵାଧଵାନି, ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସମେତ ଓଏଲଏମର ଡିପିଏମ, ଜିଲ୍ଲା ନିଯୁକ୍ତି ଅଧିକାରୀ, ଓଏଲଏମର ବିପିସି, ବିଏଲସି ପ୍ରମୁଖ ଉପସ୍ଥି ଥିଲେ।

ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଯୋଜନାରେ ଏହି ସିଲେଇ ମେସିନ ପ୍ରଦାନ କରାଯାଇଛି। ମାଲକାନଗରି ଜିଲ୍ଲା ମିଶନ ଶକ୍ତି ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀମାନେ ଯେପରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଜୀବନଜୀବିକାରେ ସହଯୋଗ କରିବେ ସେନେଇ ପରାମର୍ଶ ଦିଆଯାଇଥିଲା। ଆତ୍ମସମର୍ପଣ କରିଥିବା ୭ ଜଣ ମହିଳା ମାଓବାଦୀମାନେ ମଧ୍ୟ ସରକାରଙ୍କର ଏଭଳି ସହଯୋଗକୁ ପ୍ରଶଂସା କରିହା ସହ ଧନ୍ୟବାଦ ଜଣାଇଥିଲେ। ସେମାନେ ଆଗକୁ ନିଜେ ସ୍ବାଭିମାନୀ ହୋଇ ବଞ୍ଚିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର