ବାଲେଶ୍ବର: ବାଲେଶ୍ବର ଜିଲ୍ଲା ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ରଂଜନ କୁମାର ସୁତାର ଆଜି ଅଭିଯୁକ୍ତକୁ ୭ ବର୍ଷ ଜେଲ୍‌ ସହ ୧୦ ହଜାର ଟଙ୍କାର ଜରିମାନା ଏବଂ ତାହା ଅନାଦେୟ ହେଲେ ଆଉ ୨ ବର୍ଷର ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି। ଅଭିଯୋଗ ମୁ୍ତାବକ, ୨୦୧୭ ମସିହା ସେପ୍ଟେମ୍ବର ୪ ତାରିଖରେ ଏନେଇ ବସ୍ତା ଥାନାରେ ୨୨୨/୧୭ରେ ମାମଲା ରୁଜୁ ହୋଇଥିଲା। ଘରେ ବାପାମା ନଥିବା ସମୟରେ ଅଭିଯୁକ୍ତ ଯୁବକଜଣକ ନିଜ ସାନବାପାର ଝିଅକୁ ଦୁଷ୍କର୍ମ କରିଥିବା ବେଳେ ପୀଡ଼ିତା ନାବାଳିକାଜଣକ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ହେ‌ଲେ ସେମାନେ ଏହାକୁ ଗୁରୁତ୍ବ ନଦେଇ ଓଲଟି ତାଙ୍କୁ ଭୟଭୀତ କରି ବାପାମାଙ୍କୁ ନଜଣାଇବାକୁ ଧମକାଇଥିଲେ।

Advertisment

ପରେ ବାପାମାଙ୍କ ନିକଟରେ ପୀଡ଼ିତା କିଛି ଜଣାଇନଥିବା ବେଳେ କିଛିମାସ ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିଲା। ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ କୋର୍ଟରେ ମାମଲା ବିଚାରଧୀନ ଥିଲା। ଆଜି ବିଚାରପତି ଶ୍ରୀ ସୁତାର ଏହି ମାମଲାର ଶୁଣାଣି ପରେ ରାୟ ପ୍ରକାଶ କରିଥିଲେ। ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରିଥିଲେ।