ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳବାସୀଙ୍କ ପାଇଁ ଏବେ ଆତଙ୍କର କାରଣ ସାଜିଛି ମହାନଦୀ, ଦେବୀ ଆଉ ପାଇକା ନଦୀ। ଜିଲ୍ଲାର ସବୁ ନଦୀର ଜଳପତ୍ତନ ଏବେ ବଢିବାରେ ଲାଗିଛି। ବିଭିନ୍ନ ଅଞ୍ଚଳକୁ ପାଣି ମାଡ଼ି ଯାଇଥିବା ବେଳେ ଆଗକୁ ସ୍ଥିତି ସଂଗିନ ହେବା ଆଶଙ୍କା କରାଯାଉଛି। ଜିଲ୍ଲାର ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁଜଙ୍ଗ ବ୍ଲକ୍। କୁଜଙ୍ଗ ବ୍ଲକ୍ ବଡ଼ବାଲିକଣି ନିକଟରେ ମହାନଦୀରେ ୭୦ ଫୁଟର ଘାଇ ବ୍ଲକ୍ବାସୀଙ୍କ ନିଦ ହଜାଇ ଦେଇଛି।
ଗତବର୍ଷ ମଧ୍ୟ ବଡ଼ବାଲିକଣି ନିକଟରେ ଘାଇ ହୋଇଥିଲା। ଏହାକୁ ପ୍ରଶାସନ ସ୍ୱୀକାର କରିନଥିଲେ ମଧ୍ୟ ଏହା ଉପରେ ସ୍ୱତନ୍ତ୍ର ନଜର ରଖିଥିଲା। ଆଜି ସକାଳୁ ସକାଳୁ ଏଠାରେ ଘାଇ ହେବାଫଳରେ ଏବେ ବନ୍ୟା ଜଳ ସାନ ବାଲିକଣି, ବଡ଼ ବାଲିକଣି, ସରଳି, କୋଲର, ହଂସୁରା, କାଠକୋଟ, ଗୋବର୍ଦ୍ଧନପୁର, ଖୋସାଲପୁର ଆଦି ଗାଁକୁ ପ୍ରବେଶ କରୁଛି। ସେଠାରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାସହ ଜିଲ୍ଲାନାସୀ ନିକଟରେ ମହାନଦୀରେ ବନ୍ୟା ଜଳ ଉଛୁଳି ଗାଁକୁ ପ୍ରବେଶ କରିଛି।
ସେହିଭଳି, ଜିଲ୍ଲାର ସବୁଠୁ ଅଧିକ ସମ୍ବେଦନଶୀଳ ସ୍ଥାନ ଭାବେ ପରିଚିତ ଦଳେଇ ଘାଇ ନିକଟରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବିରିଡ଼ି ବ୍ଲକ କାଠଯୋଡି - ସିଡୁଆ ନଦୀର ସଙ୍ଗମ ସ୍ଥଳ ଦଳେଇଘାଇ ନିକଟରେ ବନ୍ୟାଜଳ ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୫୯ ଫୁଟ୍ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଂକେତ ରହିଛି ୫୭ଫୁଟ୍। ମୁଖ୍ୟଯନ୍ତ୍ରୀ ବିଜୟ କୁମାର ସାମଲ, ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/6546sf5h4f65hs4fh654h65hffh.jpg)