୭୦ କିଲୋ ଗୋମାଂସ ଜବତ, ଜଣେ ଗିରଫ

ବ୍ୟାସନଗର : ଯାଜପୁରରୋଡ୍‌ ଥାନା ନହକା ଗୋଲେଇ ଛକ ନିକଟରୁ ୭୦ କିଲୋ ଗୋମାଂସ ଜବତ ହୋଇଛି। ଏ ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି କୋରେଇ ଥାନା କଂସେଇସାହିର ଏସ.କେ. ଗାନ୍ଧି (୬୦)। ସେ ସାଇକଲରେ ମାଂସ ଧରି ଯାଉଥିଲେ। ଏ ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ରବିବାର ସକାଳେ ନହକା ଗୋଲେଇ ନିକଟରେ ତାଙ୍କୁ ଅଟକାଇଥିଲେ। ଖାନତଲାସ କରିବାରୁ ଦୁଇ ବ୍ୟାଗ୍‌ରେ ଗୋମାଂସ ନେଉଥିବା ଦେଖିବାକୁ ମିଳିଥିଲା। ସଂପୃକ୍ତ ବୃଦ୍ଧଙ୍କୁ ପଚାରିବାରୁ ପ୍ରତି ସପ୍ତାହରେ ତିନିଦିନ ଗୋମାଂସ ଆଣି ଅହମଦ ନଗରରେ ଥିବା ତିନୋଟି ହୋଟେଲରେ ଦେଉଥିବା ସେ କହିଥିଲେ।

ବ୍ୟାସନଗର ବଜରଙ୍ଗ ଦଳ ସଂଯୋଜକ ସୁଶୀଲ କୁମାର ମଲ୍ଲିକ ଓ ଅନ୍ୟ କର୍ମକର୍ତ୍ତାମାନେ ପହଞ୍ଚି ଗୋମାଂସ ନେଇକି ଯାଉଥିବା ବୃଦ୍ଧଙ୍କୁ ଯାଜପୁର ରୋଡ୍‌ ପୁଲିସର ଜିମା ଦେଇଥିଲେ। କୋରେଇ ବଜରଙ୍ଗ ଦଳ ପ୍ରମୁଖ ଭୂପତିଭୂଷଣ ଦାଶ ପହଞ୍ଚିବା ପରେ ଯାଜପୁର ରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନଙ୍କୁ ଅଭିଯୋଗ କରିଛନ୍ତି। କେସ ନଂ ୪୦୩/୨୧ ରୁଜୁ କରି ଦଫା ୨୯୪, ୫୦୬ ରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ବୋଲି ଏଏସ୍ଆଇ ଅନିରୁଦ୍ଧ ବିଶ୍ଵାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର