ସମୁଦ୍ର କୂଳରୁ ୭୦ କେଜି ମୃତ ଜଳଜୀବ ଜବତ

ପୁରୀ : ପୁରୀ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରୁ ବୁଧବାର ବିଳମ୍ବିତ ରାତିରେ ୭୦ କେଜି କୋରଲ (ଏକ ପ୍ରଜାତିର ସାମୁଦ୍ରିକ ଜୀବର ଅଂଶ) ଜବତ କରାଯାଇଛି। ବନ୍ୟପ୍ରାଣୀ ଆଇନ-୧୯୭୨ ଏହି ସାମୁଦ୍ରିକ ଜୀବକୁ ମାରିବା ଅବା ବିକ୍ରି କରିବା ନିଷେଧ ହୋଇଥିବା ବେଳେ ପୁରୀ ବେଳାଭୂମିରେ ଶଙ୍ଖ ମାଳି ଦୋକାନୀମାନେ ଏହାର ଅବାଧ ବିକ୍ରି କରୁଛନ୍ତି। ପୁରୀ-ବାଲୁଖଣ୍ଡ ବନାଞ୍ଚଳ ଅଧିକାରୀ ସରୋଜ କୁମାର ବେହେରାଙ୍କ ନେତୃତ୍ୱରେ ବନ ବିଭାଗର ଅଧିକାରୀମାନେ ସ୍ୱର୍ଗଦ୍ୱାର ନିକଟରେ ଚଢ଼ାଉ କରି ୭୦ କେଜି କୋରଲ ଜବତ କରିଛନ୍ତି।

ସମ୍ବନ୍ଧିତ ଖବର