ମାଲକାନଗିରି: ଚିତ୍ରକୋଣ୍ଡା ବ୍ଲକ୍ର ସ୍ବାଭିମାନ ଅଞ୍ଚଳବାସୀ ଯାତାୟାତ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରନ୍ତି। ସ୍ବାଭିମାନ ଅଞ୍ଚଳର ବହୁ ଗାଁକୁ ନିତିଦିନିଆ ରାସ୍ତା ନାହିଁ। ଜଳଭଣ୍ଡାରରେ ସୁରକ୍ଷିତ ଯାତ୍ରା ପାଇଁ ବାଲିମେଳା ପ୍ରକଳ୍ପ ପକ୍ଷରୁ ଲଞ୍ଚ ବ୍ୟବସ୍ଥା ହୋଇଛି। କିନ୍ତୁ ଅଧିକାଂଶ ସମୟରେ ଲଞ୍ଚ ଖରାପ ହୋଇ ପଡ଼ୁଥିବାରୁ ବିପଦସଂକୁଳ ଭାବେ ଲୋକେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଯିବାକୁ ବାଧ୍ୟ ହେଉଛନ୍ତି।
ଚିତ୍ରକୋଣ୍ଡାର ସ୍ପିଲୱେ ଘାଟରୁ ବାଲିମେଳା ଜଳଭଣ୍ଡାର ଅପରପାର୍ଶ୍ବ ସ୍ବାଭିମାନ ଅଞ୍ଚଳରେ ଶହେରୁ ଉର୍ଦ୍ଧ୍ବ ଗ୍ରାମ ରହିଛି। ଗାଁ ଗୁଡ଼ିକୁ ଯିବାକୁ ପାଇଁ ଜଳଭଣ୍ଡାର ପାର ହେବା ଏକ ମାତ୍ର ବିକଳ୍ପ। ସ୍ପିଲୱେରୁ ଆଲମପାକା ଘାଟ, ଯନ୍ତ୍ରୀ କିମ୍ବା ସିନ୍ଧିପୁଟକୁ ଦେଶୀ ଡଙ୍ଗାରେ ହିଁ ଅଞ୍ଚଳବାସୀ ଯିବା ଆସିବା କରିଥାନ୍ତି। ଦେଶୀ ଡଙ୍ଗାରେ ଲୋକମାନେ ଯିବା ସହିତ ବାଇକ୍, ସାଇକେଲ୍ ଓ ଅନ୍ୟାନ୍ୟ ସାମଗ୍ରୀ ନେଇଥାନ୍ତି। ସ୍ପିଲୱେରୁ ଆଲମ୍ପକା ଘାଟର ଦୂରତା ୨୫ କିମି। ସେହିପରି ଯନ୍ତ୍ରୀ ଯିବାକୁ ହେଲେ ୭୦ କିମି, ସିନ୍ଧିପୁଟ ଘାଟ ଯିବାକୁ ହେଲେ ୫୦ କିମିରୁ ଊର୍ଦ୍ଧ୍ବ ବାଟ ଜଳଭଣ୍ଡାରରେ ଯିବାକୁ ପଡ଼େ। ଯନ୍ତ୍ରୀ ପଞ୍ଚାୟତରେ ପହଞ୍ଚିବାକୁ ଜଳଭଣ୍ଡାରରେ ପ୍ରାୟ ୧୨ ଘଣ୍ଟା ଯାତ୍ରା କରିବାକୁ ପଡ଼ିଥାଏ। ଦେଶୀ ଡଙ୍ଗାରେ ବହୁ ସମୟରେ ଲୋକେ ଯାଉଥିବା ବେଳେ ଝଡ଼ ବର୍ଷା ସମୟରେ ଦେଶୀ ଡଙ୍ଗା ବୁଡ଼ି ବହୁ ଜୀବନ ହାନି ହେବାର ନଜିର ରହିଛି। ଅଥଚ ସ୍ପିଲୱେ ଘାଟରେ ଲଞ୍ଚ ଗୁଡ଼ିକ ପଡ଼ି ରହିଥିଲେ ମଧ୍ୟ ନିୟମିତ ଚଳାଯାଉନି। ଏ ସମ୍ପର୍କରେ ବାଲିମେଳା ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ଅଗଷ୍ଟିନ ବାର୍ଲାଙ୍କୁ ପଚାରିବାରୁ ତେଲ ନଥିବାରୁ ଲଞ୍ଚଗୁଡ଼ିକ ନିୟମିତ ଚାଲିବାରେ ସମସ୍ୟା ହୋଇଥିବା କହିଛନ୍ତି। କିନ୍ତୁ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀ ଲଞ୍ଚ୍ ନିମୟିତ ଚାଲିବା ନେଇ ଦୃଷ୍ଟି ଦେଉନାହାନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନଥିବା ଗାଜଲମାମୁଡ଼ି ସରପଞ୍ଚ ବଳରାମ ଗୋଲରୀ ଅଭିଯୋଗ କରିଛନ୍ତି। କୌଣସି ଅଘଟଣ ଘଟିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଦେଶୀ ଡଙ୍ଗାରେ ୭୦ କିମି ଜଳଯାତ୍ରା: ଚାଲୁନି ଲଞ୍ଚ, ବାଜିରେ ସ୍ବାଭିମାନ ଅଞ୍ଚଳବାସୀଙ୍କ ଜୀବନ
ଚିତ୍ରକୋଣ୍ଡା ବ୍ଲକ୍ର ସ୍ବାଭିମାନ ଅଞ୍ଚଳବାସୀ ଯାତାୟାତ ପାଇଁ ଦେଶୀ ଡଙ୍ଗା ଉପରେ ନିର୍ଭର କରନ୍ତି। ସ୍ବାଭିମାନ ଅଞ୍ଚଳର ବହୁ ଗାଁକୁ ନିତିଦିନିଆ ରାସ୍ତା ନାହିଁ। ଜଳଭଣ୍ଡାରରେ ସୁରକ୍ଷିତ ଯାତ୍ରା ପାଇଁ...
/sambad/media/media_files/2025/08/25/untitled-10-2025-08-25-07-43-48.jpg)