ଖାଦ୍ୟ ବିଷକ୍ରିୟା : ୭୦ ଛାତ୍ରୀଙ୍କ ରକ୍ତବାନ୍ତି

ରା.ଉଦୟଗିରି : ଆଜି ଅଚାନକ ରାମଗିରି ଥାନା ଅନ୍ତର୍ଗତ ତବାରସି˚ ଅପ୍-ଗ୍ରେଡେଡ୍ ହାଇସ୍କୁଲ ହଷ୍ଟେଲରେ ଥିବା ସମସ୍ତ ୭୦ ଜଣ ଅନ୍ତେବାସୀ ରାତ୍ରି ଭୋଜନ ପରେ ପ୍ରବଳ ରକ୍ତବାନ୍ତି କରିବା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ କେହି କେହି ଭୀଷଣ ବାନ୍ତି କରୁଥିବା ସୂଚନା ମିଳିଛି।

ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇ ପଡ଼ିଛି। ଅବସ୍ଥା ସାଂଘାତିକ ହେବାରୁ ତବାରସି˚ ଗ୍ରାମବାସୀ ୧୦ଟି ଅଟୋରେ ସମସ୍ତ ଛାତ୍ରୀଙ୍କୁ ନିକଟସ୍ଥ ରାମଗିରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଜୟକୃଷ୍ଣ ସେଠୀ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବା ସହ ଔଷଧ ଦେଇଛନ୍ତି। ରାମଗିରି ଥାନାଧିକାରୀ ମୁକେଶ କୁମାର ବେହେରା, ରାମଗିରି ସମିତି ସଭ୍ୟ ଗୋପବନ୍ଧୁ ପଟ୍ଟନାୟକ ଓ କିଛି ଗ୍ରାମବାସୀ ଡାକ୍ତରଖାନା କର୍ମଚାରୀ ପହଞ୍ଚି ସହଯୋଗ କରିଥିଲେ। ତେବେ ପରିସ୍ଥିତି ଆହୁରି ଖରାପ ହେବା ଆଶଙ୍କାରେ ସମସ୍ତଙ୍କୁ ସ୍ଥାନୀୟ ଘ‌େରୋଇ ବସ୍ ଯୋଗେ ପାରଳାଖେମୁଣ୍ତି ଜିଲ୍ଲା ହସପିଟାଲକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଅନୁପମ ସାହାଙ୍କୁ ଯୋଗାଯୋଗ କରିବାରୁ ସେ ନିଜ ତରଫରୁ ମେଡିକାଲରେ ସମସ୍ତଙ୍କୁ ଆଲର୍ଟ ରଖିଛନ୍ତି ବୋଲି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର