ମୋଟୁ ବନ ବିଭାଗ ପକ୍ଷରୁ ୭୦ କଇଁଛ ଜବତ

କାଲିମେଳା : ମାଲକାନଗିରି ଜିଲ୍ଲା ମୋଟୁ ବନ ବିଭାଗ ପକ୍ଷରୁ ୭୦ଟି କବଁଚ ଜବତ କରାଯାଇଛି। ତେବେ କଇଁଛ ଚାଲାଣ କରୁଥିବା ବ୍ୟବସାୟୀ ଜଣକ ଫେରାର ହୋଇଯାଇଥିବା ଜଣାପଡିଛି। ଜବତ କଇଁଛ ଗୁଡିକୁ ବନ ବିଭାଗ କର୍ମଚାରୀ ଚିତ‌୍ରକୋଣ୍ଡା ଡ୍ୟାମ୍‌ରେ ଛାଡ଼ି ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳେ ଆନ୍ଧ୍ରପ୍ରଦେଶରୁ ପୋଲୁର ନଦୀ ଘାଟ ପାର ହୋଇ ଜଣେ ବ୍ୟବସାୟୀ ଚୋରାରେ ୨ଟି ବସ୍ତାରେ ୭୦ କଇଁଛ କାଲିମେଳା ଅଞ୍ଚଳକୁ ବିକ୍ରୀ କରିବାକୁ ଆସୁଥିବା ନେଇ ମୋଟୁ ବନ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ପରେ ମୋଟୁ ରେଂଜର ମନ ଖରା ନିଜ ଟିମ୍ ସହ ଘଟଣାସ୍ଥଳକୁ ଯିବା ସମୟରେ ମାନ୍ୟମକୋଣ୍ଡା ପଞ୍ଚାୟତର ପେଙ୍କୁରାଇ ଗ୍ରାମ ନିକଟରେ ୨ଟି ବସ୍ତା ପଡିଥିବା ଦେଖିବାକୁ ପାଇଥିଲେ। ବସ୍ତା ଖୋଲିବା ପରେ ଭିତରେ ୭୦ଟି କଇଁଛ ଥିବା ଜଣାପଡିଥିଲା। ଅନ୍ୟପଟେ ବନ ବିଭାଗ କର୍ମଚାରୀ ଆସୁଥିବା ନେଇ କୌଣସି ପ୍ରକାରେ ଜାଣିବା ବ୍ୟବସାୟୀ ଜଣକ କଇଁଛ ଗୁଡ଼ିକୁ ଛାଡ଼ି ଦେଇ ଫେରାର ହୋଇଯାଇଥିଲା। ଡିଏଫଓଙ୍କ ନିର୍ଦେଶ କ୍ରମେ ଜବତ କଇଁଛ ଗୁଡିକୁ ଚିତ୍ରକୋଣ୍ଡା ଡ଼୍ୟାମରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର